ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପୁଣି ପ୍ରଶ୍ନପତ୍ର ବିଭ୍ରାଟ; ୫୦ମାର୍କ ବଦଳରେ ପରୀକ୍ଷାରେ ଆସିଲା ୮୦ମାର୍କର ପ୍ରଶ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ବଲପୁର ବିଶ୍ବବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍ ଘଟଣାକୁ ୧୩ ଦିନ ବିତିଥିଲେ ମଧ୍ୟ କୌଣସି ଏଯାଏ ଦୋଷୀ ଧରାପଡିନାହାନ୍ତି । ପୋଲିସ ତା ବାଟରେ କାର୍ଯ୍ୟ କରି ପଚରାଉଚରା ଜାରି ରଖିଥିବା ବେଳେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଜେ ବସାଇଥିବା କମିଟିର ତଦନ୍ତ ରିପୋର୍ଟରେ କ’ଣ ଆସିଲା ସାମ୍ନାକୁ ଆଣୁ ନାହାନ୍ତି ।ତଦନ୍ତରେ କ’ଣ ବାହାରିଲା ଗଣମାଧ୍ୟମକୁ ଲୁଚାଉଛନ୍ତି କର୍ତ୍ତୃପକ୍ଷ । ତଦନ୍ତ ସରିବା ପୂର୍ବରୁ ଦୁଇ ଜଣଙ୍କ ନାଁ ସାମ୍ନାକୁ ଆଣିଥିବା ବେଳେ ସେମାନେ ସତରେ ଦୋଷୀ ନା ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି ତାହା ଜଣାପଡୁନି ।

ଅନ୍ୟପକ୍ଷରେ ସୋମବାର ଅନୁଷ୍ଠିତ ହୋଇଥିବା ପିଜି ରାଜନୀତି ବିଜ୍ଞାନ ପରୀକ୍ଷାରେ ପୁଣି ତ୍ରୁଟି ଥିବା ପରିଲକ୍ଷିତ ହୋଇଛି । ରାଜନୀତି ବିଜ୍ଞାନର ପିଜି ୪ର୍ଥ ସେମିଷ୍ଟାର କମ୍ପ୍ୟୁଟର ଆପ୍ଲିକେସନ ଇନ୍ ପଲିଟିକାଲ ସାଇନ୍ସ ପେପରରେ ୫୦ ମାର୍କ ବଦଳରେ ୮୦ ମାର୍କର ପ୍ରଶ୍ନପତ୍ର ଆସିଛି । ୨ ଘଣ୍ଟା ବଦଳରେ ୩ ଘଣ୍ଟା ସମୟ ଦିଆଯାଇଥିଲା । ତେବେ ପୂର୍ବରୁ ୫୦ ମାର୍କର ପ୍ରାକ୍ଟିକାଲ ପରୀକ୍ଷା ସରିଥିବା ବେଳେ ସୋମବାର ୫୦ ମାର୍କର ଥିଓରୀ ହେବାର ଥିଲା। ହେଲେ ପରୀକ୍ଷା ହଲରେ ୮୦ ମାର୍କର ପ୍ରଶ୍ନପତ୍ର ପାଇ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା ।

Related Posts