ଜେଟ୍‌ ଏୟାରେଓ୍ଵଜ ପ୍ରତିଷ୍ଠାତା ନରେଶ ଗୋଏଲଙ୍କ ଘରେ, ଅଫିସରେ ଇଡି ଚଢଉ

ସତ୍ୟପାଠ ବ୍ୟୁରୋ : ଦେବାଳିଆ ହୋଇଯାଇଥିବା ବିମାନସେବା କମ୍ପାନି ଜେଟ ଏୟାରେଓ୍ଵଜର ପ୍ରତିଷ୍ଠାତା ତଥା ପୂର୍ବତନ ଅଧ୍ୟକ୍ଷ ନରେଶ ଗୋଏଲଙ୍କ ଘର, ଅଫିସ ସମେତ ୧୨ଟି ସ୍ଥାନରେ ଆଜି ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ ବା ଇଡି ପକ୍ଷରୁ ଚଢଉ କରାଯାଇଛି । ଗୋଏଲ ବିଦେଶୀ ବିନିମୟ ମୁଦ୍ରା ଆଇନର ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଏହି ଚଢଉ କରାଯାଇଛି । ଗୋଏଲଙ୍କ ଦିଲ୍ଲୀ ଓ ମୁମ୍ବାଇରେ ଥିବା ବାସଭବନ ଓ ଅଫିସରେ ଚଢଉ କରାଯାଇଛି ।

ଇଡି ପକ୍ଷରୁ ଟ୍ଵିଟ କରି କୁହାଯାଇଛି ଯେ ସେ ବିଦେଶୀ ବିନିମୟ ପରିଚାଳନା ଆଇନ (ଫେମା) କରିଥିବା ଅଭିଯୋଗର ତଦନ୍ତ ଓ ପ୍ରମାଣ ସଂଗ୍ରହ ପାଇଁ ଏହି ଚଢଉ କରାଯାଇଛି । ଆର୍ଥିକ ସଂକଟ କାରଣରୁ ଗତ ଏପ୍ରିଲ ୧୭ରେ ଜେଟ ଏୟାରେଓ୍ଵଜ ନିଜର ଉଡାଣ ବନ୍ଦ କରିଥିଲା । ଏହା ପୂର୍ବରୁ ଗତ ମାର୍ଚ୍ଚମାସରେ ନରେଶ ଗୋଏଲ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ଗୋଏଲ କମ୍ପାନିର ପାଣ୍ଠି ହେରଫେର କରିଥିବା କେନ୍ଦ୍ର କର୍ପୋରେଟ ବ୍ୟାପାର ମନ୍ତ୍ରାଳୟ ଗତ ଜୁଲାଇ ମାସରେ ତଦନ୍ତ କରି ଜାଣିବାକୁ ପାଇଥିଲା ।

Related Posts