ଛତିଶଗଡରେ ଏନକାଉଣ୍ଟର : ୫ମାଓବାଦୀ ମୃତ

ସତ୍ୟପାଠ ବ୍ୟୁରୋ : ଛତିଶଗଡ ନାରାୟଣପୁର ଅବୁଜମରରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏଥିରେ ୫ମାଓବାଦୀ ଟଳି ପଡିଚନ୍ତି । ଏହାସହ ମାଓବାଦୀଙ୍କ ଗୁଳିରେ ଦୁଇ ଯବାନ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ଚାଲିଛି । ଏହାସହ କୁମ୍ବିଂ ଅପରେସନ ଜୋରଦାର ହୋଇଛି ।

ନାରାୟଣପୁର ଅବୁଜମରରେ ପ୍ରାୟ ୪୦ ରୁ ୫୦ ମାଓବାଦୀ ଏକାଠି ହୋଇ ଥିବା ନେଇ ଖବର ମିଳିଥିଲା । ଏହା ପରେ ନଦୀ ପାର ହୋଇ ଯବାନମାନେ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ଏହି ସମୟରେ ମାଓବାଦୀ ଓ ଯବାନମାନେ ମୁହାଁମୁହିଁ ହୋଇଥିଲେ । ଉଭୟ ପକ୍ଷରୁ ଗୁଳି ବିନିମୟବେଳେ ସୁରକ୍ଷାବାହିନୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମୃତ ଦେହକୁ ଜବତ କରାଯାଇଛି । ଏହା ସହିତ ଘଟଣା ସ୍ଥଳରୁ ବହୁ ମାଓ ସାମଗ୍ରୀ ଓ ବିସ୍ଫୋରକ ଜବତ କରାଯାଇଛି । ଅନ୍ୟ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି । ସଂପୃକ୍ତ ଅଂଚଳରେ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି ।

Related Posts