ଦଳିତ ହୋଇଥିବାରୁ ବିଭାଗରେ କେହି ଗୁରୁତ୍ଵ ଦେଉନଥିବା କହି ଯୋଗୀ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ଜଳସମ୍ପଦ ମନ୍ତ୍ରୀ ଦୀନେଶ ଖଟୀକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମୋତେ ମୋ ବିଭାଗରେ ଅଣଦେଖା କରାଯାଉଛି। ଦଳିତ ହୋଇଥିବାରୁ ଅପମାନିତ କରାଯାଉଛି। ଅଧିକାରୀ ମୋ କଥା ଶୁଣୁ ନାହାନ୍ତି, ଏମିତି ସଙ୍ଗୀନ ଅଭିଯୋଗ ଲଗାଇ ଯୋଗୀ ସରକାରରେ ଜଳଶକ୍ତି ବିଭାଗର ରାଜ୍ୟ ମନ୍ତ୍ରୀ ଦିନେଶ ଖଟୀକ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ସାମନାକୁ ଆସିଛି ଯୋଗୀ ସରକାରରେ ଥିବା ମନ୍ତ୍ରୀଙ୍କ ଅସନ୍ତୋଷ । ସେ ତାଙ୍କ ଇସ୍ତଫା ପତ୍ର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ପଠାଇଛନ୍ତି। ଏହାସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜଭବନକୁ ମଧ୍ୟ ନିଜ ଇସ୍ତଫା ପତ୍ର ପଠାଇଥିବା ଜଣାପଡିଛି ।

ଯୋଗୀ ସରକାରରେ ଜଳସମ୍ପଦ ମନ୍ତ୍ରୀ ଥିବା ଦୀନେଶ ଖଟୀକ ଅଭିଯୋଗ କରିଛନ୍ତି ଯେ, ଦଳିତ ହୋଇଥିବା କାରଣରୁ ବିଭାଗରେ ତାଙ୍କୁ କେହି ଗୁରୁତ୍ୱ ଦେଉନଥିଲେ । ଏପରିକି କୌଣସି ଗୁରୁତ୍ୱ ବୈଠକ ହେଲେ ତାଙ୍କୁ ଅବଗତ କରାଯାଉନଥିଲା ବୋଲି ମନ୍ତ୍ରୀ ଅଭିଯେଗ କରିଛନ୍ତି । କେବଳ ସେତିକି ନୁହେଁ ଟ୍ରାନ୍ସଫର ମାମଲାରେ ବଡ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି । ଏନେଇ ସେ ବିଭାଗୀୟ ଅଧିକାରୀଙ୍କୁ ଜବାବ ତଲବ କରିଥିଲେ ବି ଏଯାଏଁ ତାଙ୍କୁ ଅଧିକାରୀମାନଙ୍କ ଠାରୁ କୌଣସି ଜବାବ ମିଳିନାହିଁ । ତେଣୁ ଏସବୁ ଘଟଣା ଗୁଡିକ ଯୋଗୁଁ ଅସନ୍ତୋଷ ଥିବାରୁ ସେ ଇସ୍ତଫା ଦେଉଥିବା ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।

Related Posts