ଉଦ୍ଧବଙ୍କ ନିଷ୍ପତି ଉପରେ ରୋକ୍ ଲଗାଇଲେ ଏକନାଥ ଶିିନ୍ଦେ, ବଦଳିବ ନାହିଁ ଔରଙ୍ଗାବାଦ ଓ ଉସ୍‌ମାନାବାଦର ନାମ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ମହାରାଷ୍ଟ୍ରରେ କ୍ଷମତା ଭାର ସମ୍ଭାଳିବା ପାରେ ମୁଖ୍ୟମନ୍ତ୍ରୀ ଏକନାଥ ଶିିନ୍ଦେ ଠାକରେ ସରକାରଙ୍କ ନିଷ୍ପତ୍ତି ଉପରେ ରୋକୋ ଲଗାଇବା ଆରମ୍ଭ କରିଛନ୍ତି। ଏହି କ୍ରମରେ ଔରଙ୍ଗାବାଦ ଓ ଉସ୍‌ମାନାବାଦର ନାମ ପରିବର୍ତ୍ତନକୁ ନେଇ ଉଦ୍ଧବ ନେଇଥିବା ନିଷ୍ପତ୍ତି ଉପରେ ସେ ରୋକୋ ଲଗାଇଛନ୍ତି । ସୂଚନାଯୋଗ୍ୟ, ଉଦ୍ଧବ ଠାକରେ ତାଙ୍କ ଶେଷ କ୍ୟାବିନେଟ ବୈଠକରେ ଔରଙ୍ଗାବାଦକୁ ସମ୍ଭାଜିନଗର ଏବଂ ଓସ୍‌ମାନାବାଦକୁ ଧାରାସିଭ ନାମରେ ନାମିତ କରିବାକୁ ନିଷ୍ପତ୍ତି ନେଇଥିଲେ।

ପୂର୍ବ ସରକାରଙ୍କ ନିଷ୍ପତି ଉପରେ ରୋକ୍ ଲଗାଇ ଏକନାଥ ଶିିନ୍ଦେ କହିଛନ୍ତି, ଉଭୟ ସହରର ନାମ ପରିବର୍ତ୍ତନ କରିବା ନିଷ୍ପତ୍ତି ତରବରିଆ ଭାବେ ନିଆଯାଇଥିଲା। ବର୍ତ୍ତମାନ ପରିସ୍ଥିତିରେ ସରକାର ଏହାକୁ ପୁନର୍ବାର ବିଚାର କରିବେ ଏବଂ ଏହି ପ୍ରସ୍ତାବକୁ କ୍ୟାବିନେଟ ସମ୍ମୁଖରେ ରଖିବେ ବୋଲି ଶିନ୍ଦେ କହିଛନ୍ତି।

Related Posts