ଆଜି ମହାରାଷ୍ଟ୍ର-ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ !

ବହୁ ପ୍ରତୀକ୍ଷିତ ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ଶନିବାର ତାରିଖ ଘୋଷଣା କରିପାରନ୍ତି । ଜାତୀୟ ଗଣମାଧ୍ୟମ ସଂସ୍ଥା ଦ୍ୱାରା ମିଳିଥିବା ସୂଚନା ଅନୁସାରେ ନିର୍ବାଚନ ତାରିଖ ଘୋଷଣା କରିବା ପୂର୍ବରୁ ନିର୍ବାଚନ କମିଶନ ଆଜି ଅପରାହ୍ଣରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ କିଭଳି ଆୟୋଜନ କରାଯିବ, ସେ ନେଇ ବିସ୍ତୃତ ସୂଚନା ଦେବେ ।

ଯାହା ଆଶା କରାଯାଉଛି ମହାରାଷ୍ଟ୍ର ଓ ହରିୟାଣାରେ ଆସନ୍ତା ମାସରେ ନିର୍ବାଚନ ହେବ ହେବ । ମହାରାଷ୍ଟ୍ର ଓ ହରିୟାଣାରେ ବିଧାନସଭା ନିର୍ବାଚନ ପାଇଁ  ରାଜନୈତିକ ଦଳମାନେ ପୂର୍ବରୁ ପ୍ରସ୍ତୁତ ହୋଇଛନ୍ତି । ନିର୍ବାଚନରେ ନିଜର ବିଜୟ ଅଭିଯାନ ଜାରି ରଖିବା ପାଇଁ ବିଜେପି ଓ ଶିବସେନା ଏକାଠି ହୋଇ ପୁଣି ଥିରେ ମହାରାଷ୍ଟ୍ରରେ ନିର୍ବାଚନ ଲଢ଼ିବେ । ସେହିପରି ହରିୟାଣାରେ ମନୋହର ଖଟ୍ଟର ସରକାର ନିଜର କ୍ଷମତା ଜାରି ରଖିବାକୁ ରଣନୀତି ପ୍ରସ୍ତୁତ କରୁଛନ୍ତି ।

Related Posts