୭ ଦିନିଆ ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ

୭ ଦିନିଆ ଆମେରିକା ଗସ୍ତରେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଭାରତୀୟ ସମୟ ପୂର୍ବାହ୍ନ ୧୧ଟା ୫ ମିନିଟରେ ଜର୍ଜ ବୁଶ ଇଣ୍ଟରନ୍ୟାସନାଲ ବିମାନ ବନ୍ଦରରେ ପହଞ୍ଚିବେ ମୋଦି। କାଲି ରାତିରେ ଟେକ୍ସାସର ହଷ୍ଟନ ସହରରେ ହାଉଡି ମୋଦି କାର୍ଯ୍ୟକ୍ରମରେ ଭାରତୀୟ-ଆମେରିକା ସମୁଦାୟଙ୍କ ଦ୍ବାରା  ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେବେ।

ହଷ୍ଟନର ଏନଆରଜି ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏଥିରେ  ପାଖାପାଖି ୫୦ ହଜାର ଭାରତୀୟ-ଆମେରିକା ସମୁଦାୟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମରେ ସାମିଲ  ହେବେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଫ୍ରାନ୍ସର ବାରିଆଚରେ ଆୟୋଜିତ ଜି-୭ ଶିଖର ବୈଠକ ପରେ ପୁଣି ମୋଦି-ଟ୍ରମ୍ପଙ୍କୁ  ଗୋଟିଏ ମଞ୍ଚରେ ଏକାଠି ଦେଖିବାକୁ ମିଳିବ।

Related Posts