ପ୍ରାର୍ଥୀଙ୍କ ମୃତ୍ୟୁ ହେବା ଫଳରେ ୨୩ଟି ସ୍ଥାନରେ ନିର୍ବାଚନ ବନ୍ଦ: ନିର୍ବାଚନ କମିଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ଠାରୁ ଆରମ୍ଭ ହୋଇଛି ରାଜ୍ୟରେ ପଞ୍ଚାୟତ ନିର୍ବାଚନ । ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ଗୋଟିଏ ପର୍ଯ୍ୟନ୍ତ ଭୋଟରମାନେ ନିଜର ମତାମତ ଦେଇଥିଲେ । ସେପଟେ କିଛି ସ୍ଥାନମାନଙ୍କରେ ପ୍ରାର୍ଥୀମାନଙ୍କର ଆକସ୍ମିକ ମୃତୁ୍ୟ ଫଳରେ ନିର୍ବାଚନ ବାତିଲ ହୋଇଥିବାର ଦେଖିବାକୁ ମିଳିଛି ।

ଏହା ମଧ୍ୟରେ ପ୍ରଥମ ପର୍ୟ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ଏ ନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ତେବେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ୨୩ ସ୍ଥାନରେ ନିର୍ବାଚନ ବନ୍ଦ ହୋଇଛି । ଗୋଟିଏ ଜିଲ୍ଲା ପରିଷଦ, ୬ଟି ସରପଞ୍ଚ ପଦବୀ ପାଇଁ ନିର୍ବାଚନ ବନ୍ଦ ହୋଇଛି । ୩ଟି ପଞ୍ଚାୟତ ସମିତି ସଭ୍ୟ, ୧୩ଟି ୱାର୍ଡ ମେମ୍ବର ପଦବୀରେ ନିର୍ବାଚନ ବନ୍ଦ ହୋଇଛି ।

Related Posts