ମୁଁ ଗର୍ବିତ ଯେ ମୋ ପିଲାମାନଙ୍କ ମଧ୍ୟରେ ପଞ୍ଜାବର ରକ୍ତ ପ୍ରବାହିତ ହେଉଛି: ପ୍ରିୟଙ୍କା ଗାନ୍ଧୀ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ଆଉ ମାତ୍ର କିଛି ଦିନ ପରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏନେଇ ରାଜନୈତିକ ଦଳମାନେ ଲୋକଙ୍କ ପାଖକୁ ଭୋଟମାଗିବାକୁ ଯିବାରେ ଲାଗିଛନ୍ତି । ଏହା ମଧ୍ୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ପଞ୍ଜାବର ରୋପଡ଼ରେ ଏକ ରୋଡ୍ ଶୋ’ କରିଥିଲେ। ଏବଂ ଏହି ରୋଡ ଶୋ’ରେ ପ୍ରିୟଙ୍କା ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୋ ଶ୍ୱଶୁର ଘର ହେଉଛି ପଞ୍ଜାବ । ତେଣୁ ମୁଁ ଗର୍ବିତ ଯେ ମୋ ପିଲାମାନଙ୍କ ଶରୀରରେ ପଞ୍ଜାବର ରକ୍ତ ପ୍ରଭାବିତ ହେଉଛି । ସେପଟେ ଚରଣଜିତ ସିଂହ ଚନ୍ନୀ ମଧ୍ୟ ପ୍ରିୟଙ୍କାଙ୍କୁ ସମର୍ଥନ ଦେଇ କହିଥିଲେ ଯେ ପ୍ରିୟଙ୍କା ଗାନ୍ଧୀ ହେଉଛନ୍ତି ପଞ୍ଜାବର ବୋହୂ । ଏବଂ ସେ ମଧ୍ୟ ଜଣେ ପଞ୍ଜାବୀ ମହିଳା । କେବଳ ଏତିକି ନୁହେଁ ପ୍ରିୟଙ୍କା ଗାନ୍ଧୀ ବିଜେପି ଏବଂ ଆପକୁ ଟାର୍ଗେଟ ମଧ୍ୟ କରିଥିଲେ ।

ସେ କହିଛନ୍ତି ଯେ ବିଜେପି ଏବଂ ଆପ ନେତାମାନେ ସମାନ । ପ୍ରଧାନମନ୍ତ୍ରୀ ଏବଂ କେଜ୍ରିୱାଲଙ୍କ ଆରମ୍ଭ ଆରଏସଏସରୁ ହିଁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ୧୫ ଲକ୍ଷ ଏବଂ ଅନ୍ୟ ୭ ଲକ୍ଷ ଦେବାକୁ କହିଥିଲେ। ଏହା ସହ ପ୍ରିୟଙ୍କା କହିଛନ୍ତି ଯେ ଗୁଜୁରାଟ ମଡେଲ ବିଷୟରେ ପ୍ରଧାନମନ୍ତ୍ରୀ ଏବଂ ଦିଲ୍ଲୀ ମଡେଲ ବିଷୟରେ ଅରବିନ୍ଦ କେଜ୍ରିୱାଲ କହୁଛନ୍ତି। ସେପଟେ ଗୁଜୁରାଟ ମଡେଲରେ କିଛି ଘଟିନାହିଁ। କାହାକୁ ଚାକିରି ମିଳୁ ନାହିଁ, ନା ବ୍ୟବସାୟୀଙ୍କୁ ଲାଭ ମିଳୁଛି, ନା କାହାକୁ ସାହାଯ୍ୟ ମିଳୁଛି । ସେ କହିଛନ୍ତି ଯେ ମଞ୍ଚ ଉପରେ କୃତ୍ରିମ ପଗଡି ବାନ୍ଧି ସର୍ଦ୍ଦାର ହୋଇପାରିବେ ନାହିଁ। ଚରଣଜିତ୍ ସିଂ ଚନ୍ନି ଏବଂ ବରିନ୍ଦର ଢ଼ିଲୋଙ୍କୁ ଦେଖିଲେ ଜଣାପଡ଼ୁଛି ଅସଲି ସର୍ଦ୍ଦାର କାହାକୁ କୁହାଯାଏ ବୋଲି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ।

Related Posts