ଫ୍ରାନ୍ସରେ ବିଜୁଳି ସଂକଟ: ସରକାରୀ ଅଫିସ ଓ ଅନ୍ୟ ସ୍ଥାନକୁ ଗରମପାଣି ଯୋଗାଣ ବନ୍ଦ

ପ୍ୟାରିସ୍: ଫ୍ରାନ୍ସରେ ଦେଖାଦେଇଛି ବିଜୁଳି ସଂକଟ । ଏନେଇ ଆକ୍ସନରେ ଫ୍ରାନ୍ସ ସରକାର। ଏଣୁ ଶକ୍ତି ସଞ୍ଚୟ ପାଇଁ ସରକାରୀ ଅଫିସ ଓ ଅନ୍ୟ ସ୍ଥାନକୁ ଗରମପାଣି ଯୋଗାଣକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ଫ୍ରାନ୍ସ ସରକାର। ପବ୍ଲିକ୍ ବିଲ୍‌ଡିଂର ପାଇଖାନାକୁ ଗରମ ପାଣି ଯୋଗାଣ ବନ୍ଦ କରିବା ସହ ପବ୍ଲିକ ସ୍ୱିମିଂପୁଲ୍‌ରେ ଗରମପାଣି ମାତ୍ରାକୁ ୧ ଡିଗ୍ରୀ ସେଲ୍‌ସିୟସ କମାଇବାକୁ ମ୍ୟୁନିସିପାଲିଟିଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଶକ୍ତି ସଂରକ୍ଷମ ଯୋଜନାରେ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଫ୍ରାନ୍ସ ଶକ୍ତି ମନ୍ତ୍ରୀ କହିଛନ୍ତି।

ଶୀତ ଦିନରେ ଗ୍ୟାସ୍ ରପ୍ତାନୀରେ ଯେମିତି ବିଜୁଳିର ଅଭାବ ନହୁଏ ଏଥିପାଇଁ ପର୍ଯ୍ୟାକ୍ରମେ ବିଭିନ୍ନ ବିଭାଗରେ ବିଜୁଳି ସଂରକ୍ଷଣର ଯୋଜନା କରିଛନ୍ତି ଫ୍ରାନ୍ସ ସରକାର। ଏନେଇ ସେ ଗୁରୁବାର ଘୋଷଣା କରିବେ। ଏହି ଯୋଜନାରେ ଇଣ୍ଡଷ୍ଟ୍ରୀ, ଘରୋଇ, ଓ ମ୍ୟୁନିସିପାଲ ବିଭାଗକୁ ବିଜୁଳି ଖର୍ଚ୍ଚ ୧୦ ପ୍ରତିଶତ କାଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଋଷ ଗ୍ୟାସ୍‌ ସପ୍ଲାଏ ବନ୍ଦ କରିବା ପରେ ଫ୍ରାନ୍ସରେ ବିଜୁଳି ମହଙ୍ଗା ହୋଇଯାଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ବିଦ୍ୟୁତ୍ ସଞ୍ଚୟ ପାଇଁ ଫ୍ରାନ୍ସ ଏଭଳି ଯୋଜନା କରୁଛି ।

Related Posts