ଏକନାଥ ସିନ୍ଦେଙ୍କ ପ୍ରତି ସମର୍ଥନ ଘୋଷଣା କଲେ ଜୟଦେବ ଠାକରେ

ମୁମ୍ୱାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବୁଧବାର ଉଦ୍ଧବ ଠାକରେଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ତାଙ୍କ ଭାଇ ଜୟଦେବ ଠାକରେ ଏକନାଥ ସିନ୍ଦେଙ୍କୁ ସମର୍ଥନର ଘୋଷଣା କରିଛନ୍ତି । ଉଦ୍ଧବ ଠାକରେଙ୍କ ଭାଇ ଜୟଦେବ ଠାକରେ କହିଛନ୍ତି, ତାଙ୍କ ପୂରା ସମର୍ଥନ ପ୍ରତିଦ୍ୱନ୍ଦ୍ୱୀ ଏକନାଥ ସିନ୍ଦେଙ୍କ ରହିଛି ।

ସିନ୍ଦେ ଗୋଷ୍ଠୀ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଜୟଦେବ ଠାକରେ କହିଛନ୍ତି, ଗତ ୫-୬ ଦିନରୁ ମୋତେ ପ୍ରଶ୍ନ କରାଯାଇ ସିନ୍ଦେ ଗୋଷ୍ଠୀରେ ଅଛି ବୋଲି ପଚରାଯାଉଥିଲା । ଠାକରେ କୌଣସି ଗୋଷ୍ଠୀରେ ରହିପାରିବେ ନାହିଁ । ସିନ୍ଦେଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ମୋତେ ପସନ୍ଦ ଏବଂ ସ୍ନେହରେ ଏଠାକୁ ଆସିଛି । ଜୟଦେବ ଠାକରେ ଜନତାଙ୍କୁ ସମ୍ୱୋଧିତ କରି କହିଛନ୍ତି, ଏକନାଥଙ୍କୁ ଏକା ଛାଡ ନାହିଁ । ଆପଣ ସମସ୍ତେ ତାଙ୍କୁ ସମର୍ଥନ କରିବା ଦରକାର । ଗରିବ ଏବଂ କୃଷକଙ୍କ ପାଇଁ ସିନ୍ଦେ କାମ କରୁଛନ୍ତି । ସିନ୍ଦେ ଆମ କୃଷକଙ୍କ ପରି, ସେ ବହୁ ପରିଶ୍ରମୀ ।

ଲୋକଙ୍କୁ ଅପିଲ କରି ସେ କହିଛନ୍ତି, ପୁଣି ଥରେ ସନ୍ଦେ ରାଜକୁ ଆଣନ୍ତୁ । ନିର୍ବାଚନ ହେବାକୁ ଦିଆଯାଉ ଏବଂ ପୁଣି ଥଲେ ସିନ୍ଦେ ରାଜ ଫେରୁ । ଏକନାଥ ସିନ୍ଦେଙ୍କ ସହ ମୋର ପୂରା ସମର୍ଥନ ରହିଛି । ଉଦ୍ଧବଙ୍କ ଭାଇଙ୍କୁ ନିଜ ସହ କରି ବାଲା ସାହେବ ଠାକରଙ୍କ ଶିବସେନା ଉପରେ ନିଜର ଦାବିକୁ ଅଧିକ ମଜଭୁତ କରିଛନ୍ତି

Related Posts