ରାୟଗଡ଼ା ଗୁମ୍ମା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଜଣେ ମୃତ, ୨ ଗୁରୁତର

ରାୟଗଡ଼ା : ରାୟଗଡ଼ା ଗୁମ୍ମା ଘାଟିରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ରାୟଗଡ଼ାରୁ କୋରାପୁଟ ଯିବା ସମୟରେ ଅଧାରାସ୍ତାରେ ଏକ ବାଇକ ଏବଂ ବୋଲେରୋ ମଧ୍ୟରେ ଧକ୍କା ହୋଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୃତକ ସ୍ୱାମୀ ହୋଇଥିବା ବେଳେ ସ୍ତ୍ରୀ ଓ ପୁଅ ଗୁରୁତର ଅଛନ୍ତି । ସେମାନଙ୍କୁ ତୁରନ୍ତ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏବେ ଯାଏଁ ସେମାନଙ୍କ ପରିଚୟ ସ୍ପଷ୍ଟ ଭାବେ ମିଳିନାହିଁ ।

Related Posts