ପାକିସ୍ତାନରେ ଉତ୍କଟ ରୂପ ଧାରଣ କରିଛି ବିଜୁଳି ସସମ୍ୟା: ବନ୍ଦ ହୋଇଯିବ ମୋବାଇଲ ଏବଂ ଇଣ୍ଟରନେଟ ସେବା

ଇସଲାମାବାଦ: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ସମସ୍ତ ସାମଗ୍ରୀର ଦର ବୃଦ୍ଧି ପାଇବା ସହ ଏବେ ଆଉ ଏକ ସମସ୍ୟା ମୁଣ୍ଡ ଟେକିଛି । ଆଗକୁ ମୋବାଇଲ ଏବଂ ଇଣ୍ଟରନେଟ ସେବା ବନ୍ଦ କରିବା ନେଇ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଦେଶରେ ଏବେ ବିଜୁଳି ସସମ୍ୟା ଉତ୍କଟ ରୂପ ଧାରଣ କରିଥିବାରୁ ଏହାକୁ ମୁକାବିଲା ପାଇଁ ବାଟ ଖୋଜୁଛନ୍ତି ସରକାର। ଫଳରେ ଟେଲିକମ ଅପରେଟରମାନଙ୍କୁ ଇଣ୍ଟରନେଟ ଏବଂ ମୋବାଇଲ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି। ଏନେଇ ପାକିସ୍ତାନର ଜାତୀୟ ପ୍ରଯୁକ୍ତି ଜ୍ଞାନ କୌଶଳ ବୋଡ଼(ଏନଆଟିବି) ପକ୍ଷରୁ ଚେତାବନୀ ଦିଆଯାଇଛି।

ଚଳିତ ଜୁଲାଇ ମାସରେ ପାକିସ୍ତାନରେ ବିଜୁଳି ସଙ୍କଟ ହେବା ନେଇ ପ୍ରଧାନମନ୍ତ୍ରୀ ସେହବାଜ ସରିଫ ଆଶଙ୍କା କରିଛନ୍ତି। ଏସମ୍ପର୍କରେ ପାକିସ୍ତାନର ଏକ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଖବର ପ୍ରକାଶ ପାଇଛି। ମୁଖ୍ୟ କଥା ହେଉଛି ଆବଶ୍ୟକ ଅନୁଯାୟୀ ପାକିସ୍ତାନ ପ୍ରାକୃତିକ ଗ୍ୟାସ(ଏଲଏନଜି) ପାଉ ନାହିଁ।

ତେଣୁ ଗ୍ୟାସ ସମସ୍ୟାର ସମାଧାନ ପାଇଁ ପାକିସ୍ତାନର ମେଣ୍ଟ ସରକାର ବିଚାର ବିମର୍ଶ କାରୁଛନ୍ତି। ପ୍ରାକୃତିକ ଗ୍ୟାସ ଯୋଗାଣ ପାଇଁ ପାକିସ୍ତାନ ସରକାର ଚୁକ୍ତି କରିବାରେ ବିଫଳ ହୋଇଛନ୍ତି। ଫଳରେ ପ୍ରାକୃତିକ ଗ୍ୟାସ୍‌ ଅଭାବରୁ ପାକିସ୍ତାନରେ ବିଜୁଳି ଉତ୍ପାଦନ ସେକ୍ଟର ପ୍ରଭାବିତ ହୋଇଛି। ଆଗାମି ଦିନରେ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି କୁହାଯାଉଛି। ଅ୍ୟପଟେ ବିଜୁଳି ବଞ୍ଚାଇବା ପାଇଁ ପାକିସ୍ତାନ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।

ତେଶୁ ସରକାରି କର୍ମଚାରିଙ୍କ କାର୍ଯ୍ୟ ସମୟକୁ ହ୍ରାସ କରାଯାଇଛି। ସେହିପରି କରାଚି ସହରରେ ଥିବା ସପିଂ ମଲ ଏବଂ ଫେକ୍ଟୋରୀକୁ ସଅଳ ବନ୍ଦ କରିବାକୁ ନିର୍ଦ୍ଦେଶ ହୋଇଛି। ପ୍ରାକୃତିକ ଗ୍ୟାସ ଯୋଗାଣ ନେଇ ପାକିସ୍ତାନ ସରକାର କତାର ସହ ଯୋଗାଯୋଗ କରୁଛନ୍ତି। ସେପଟେ ପାକିସ୍ତାନର ଟଙ୍କା ମଧ୍ୟ ଅନ୍ତର୍ଜାତୀୟ ତୁଳନାରେ ଦୁର୍ବଳ ହେବାରେ ଲାଗିଛି ।

Related Posts