
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପାକିସ୍ତାନରେ ବିଦ୍ୟୁତ ସଙ୍କଟ । ଦେଶବାସୀ ପ୍ରତ୍ୟେକଦିନ ୮ରୁ ୧୫ ଘଣ୍ଟା ବିଦ୍ୟୁତକାଟର ସମ୍ମୁଖୀନ ହେଉଛନ୍ତି। କରାଚି, ଲାହୋର, ରାଓ୍ୱଲପିଣ୍ଡି, କ୍ୱେତା, ପେଶଓ୍ୱାର, ମୁଲତାନ, ବାଦିନ, ସ୍ୱାତ ଏବଂ ପାକିସ୍ତାନର ଅନେକ ସହରବାସୀ ବିଦ୍ୟୁତକାଟ ଜନିତ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି। ସେପଟେ ପାକିସ୍ତାନ ଶକ୍ତି ବିଭାଜନ ପକ୍ଷରୁ କୁହାଯାଇଛି, ଦେଶକୁ ଏବେ ୧୯ ହଜାର ମେଗାଓ୍ୱାଟ ବିଦ୍ୟୁତଶକ୍ତି ଆବଶ୍ୟକ ହେଉଥିବା ବେଳେ ମାତ୍ର ୧୭ ହଜାର ମେଗାଓ୍ୱାଟ ବିଦ୍ୟୁତ୍ ଉତ୍ପାଦନ ହେଉଛି। ଯେତେବେଳେ କି ମଧ୍ୟାହ୍ନ ଓ ସନ୍ଧ୍ୟାରେ ଏହି ଆବଶ୍ୟକତା ୨୧ ହଜାର ମେଗାଓ୍ୱାର୍ଟ ହୋଇଯାଉଛି। ତେଣୁ ବାଧ୍ୟ ହୋଇ ପାକିସ୍ତାନ ସରକାର ବିଦ୍ୟୁତକାଟ କରୁଥିବା ଜଣାପଡ଼ିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।