
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରତି ଘରୁ ଆସିଥିଲା ରୁଟି । ତେବେ ଜମ୍ମୁ କଶ୍ମୀର ସାମ୍ୱା ଜିଲ୍ଲାର ପଲ୍ଲୀ ଗାଁରେ ପଞ୍ଚାୟତ ରାଜ ଦିବସ ଅବାସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କାର୍ୟ୍ୟକ୍ରମ ପାଇଁ ସ୍ଥାନୀୟ ମହିଳାମାନେ ସ୍ୱତନ୍ତ୍ର ପ୍ରସ୍ତୁତି କରିଥିଲେ ଏବଂ ଅତିଥିମାନଙ୍କଙ୍କ ପାଇଁ ପ୍ରତି ଘରୁ ୨୦-୨୦ ରୁଟି ଅଣାଯାଇଥିଲା। ମହିଳାଙ୍କ ଏହି ଉଦ୍ୟମକୁ ଅତିଥିମାନେ ବେଶ ପ୍ରଶଂସା କରିଥିଲେ। ସେପଟେ ପାଲି ଗାଁର ପଞ୍ଚାୟତ ପ୍ରତିନିଧି ଗାଁରେ ସୌର ଉର୍ଜା ପ୍ଲାଣ୍ଟ ପ୍ରତିଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ଏହି ସମୟରେ ଜମି ପାଇଁ ସୌର ପମ୍ପ ଏବଂ ଘରେ ଏଲଇଡି ବଲବ ତଥା ସୌର କୁକୁରର ବ୍ୟବହାର ଉପରେ ଆଲୋଚନା କରିଥିଲେ। ଏହି ସମୟରେ ଅର୍ଗାନିକ୍ ଫାର୍ମିଂର ଗୁରୁତ୍ୱ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।