ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣା; ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ବନ ବିଭାଗ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବଡ଼ମ୍ବା ବନାଞ୍ଚଳରୁ ହାତୀ କଙ୍କାଳ ମିଳିବା ଘଟଣାରେ ସମ୍ପୃକ୍ତ ଆଉ ଜଣେ ଶିକାରୀକୁ ବନବିଭାଗ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ବଡ଼ମ୍ବା ଥାନା ଶାତଗୋଛିଆ ଗ୍ରାମର ଧନେଶ୍ୱର ବେହେରା । ଅଭିଯୁକ୍ତ ଧନେଶ୍ୱରକୁ ଶୁକ୍ରବାର ବଡ଼ମ୍ବା କୋର୍ଟରେ ହାଜର କରାଯାଇଥିଲା । ଅଭିଯୁକ୍ତର ଜାମିନ ଆବେଦନକୁ ମାଜିଷ୍ଟ୍ରେଟ ଶୁଣାଣି କରିବାସହ ପରବର୍ତ୍ତୀ ନିର୍ଦେଶ ପାଇଁ ସ୍ଥଗିତ ରଖିଥିବା ଜଣାଯାଇଛି ।ଏହାପରେ ଗିରଫ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଯାଇଛି ।

ବନ ବିଭାଗର ସୂଚନା ଅନୁଯାୟୀ ଅଭିଯୁକ୍ତ ଧନେଶ୍ୱର ବନାଞ୍ଚଳ ଅନ୍ତର୍ଗତ ଖଇରିପଙ୍ଗା ଗ୍ରାମ ସନ୍ନିକଟ ଜଙ୍ଗଲରୁ ଗତ ଜୁନମାସ ୧୩ ତାରିଖରେ ମିଳିଥିବା ହାତୀ କଙ୍କାଳ ଓ ଏହି ଶିକାରରେ ସଂପୃକ୍ତିଥିବା ଜଣାପଡ଼ିଛି । ପ୍ରକାଶ ଥାଉକି ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଧବଙ୍କ ତତ୍ତ୍ୱାବଧନାରେ ହାତୀ କଙ୍କାଳ ମିଳିବା ଘଟଣାରେ ତଦନ୍ତ ଏବଂ ଗିରଫଦାରୀ ଜାରି ରହିଛି । ଇତିମଧ୍ୟରେ ଏକାଧିକ ଅଭିଯୁକ୍ତ ଶିକାରୀଙ୍କ ସମେତ ଜଣେ ବନପାଳ, ଦୁଇଜଣ ବନରକ୍ଷୀ ଏବଂ ଦୁଇଜଣ ହାତୀ ଜଗୁଆଳିଙ୍କୁ ବଡ଼ମ୍ବା ବନାଞ୍ଚଳରୁ ମିଳିଥିବା ୩ଟି ହାତୀ କଙ୍କାଳ ଘଟଣାରେ ସଂପୃକ୍ତିଥିବା ଅଭିଯୋଗରେ ଗିରଫ କରାଯାଇଛି । ଅପରପକ୍ଷରେ ଏହି ଘଟଣାକୁ ପ୍ରାୟ ୨ମାସ ବିତିଯାଇଥିଲେ ସୁଦ୍ଧା ଏଯାବତ୍‌ ଶିକାର କରାଯାଇଥିବା ହାତୀଙ୍କ ଦାନ୍ତ କୁଆଡ଼େ ଚାଲାଣ ହୋଇଛି ସେନେଇ ବନ ବିଭାଗକୁ କୌଣସି ସୂଚନା ମିଳିନାହିଁ।

Related Posts