ଆସନ୍ତା ଅଗଷ୍ଟ ୮ ତାରିଖ ଅପରାହ୍ନ ୪ଟା ରେ ପ୍ରକାଶ ପାଇବ +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଅଗଷ୍ଟ ୮ ତାରିଖରେ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ପ୍ରକାଶ ପାଇବ। ସୋମବାର ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ତେବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବାର ସପ୍ତାହକ ମଧ୍ୟରେ ପ୍ରକାଶ ପାଇବ ବୋଲି ଆଗରୁ ସୂଚନା ଦେଇଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ଗତ ଜୁଲାଇ ୨୭ ତାରିଖରେ ପ୍ରକାଶ ପାଇସାରିଥିବା ବେଳେ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ଆଗାମୀ ୮ ତାରିଖରେ ପ୍ରକାଶ ପାଇବା ନେଇ ସୁଚନ ମିଳିଛି।

Related Posts