ଭାରତ ପାକିସ୍ତାନ ମ୍ୟାଚ୍ କୁ ନେଇ ଭଦ୍ରକ ପୁରୁଣାବଜାରରେ ପ୍ରତିବାଦ: ଟାୟାର ଜାଳି ରାସ୍ତା ଅବରୋଧ

ଭଦ୍ରକ : ଭାରତ ପାକିସ୍ତାନ ମ୍ୟାଚ୍ କୁ ନେଇ ଅଶାନ୍ତ ହୋଇପଡିଛି ଭଦ୍ରକ । ଏନେଇ ପୁରୁଣାବଜାରରେ ପ୍ରତିବାଦ ଦେଖାଦେଇଛି । ଥାନା ସମ୍ମୁଖ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ ।

ସୂଚନା ଥାଉକି, ଭାରତ- ପାକିସ୍ତାନ ମ୍ୟାଚ ପରେ ସାମାଜିକ ଗଣମାଧ୍ୟମରେ କିଛି ପୋଷ୍ଟିଂକୁ ନେଇ ଏଭଳି ବିବାଦ ଉପୁଜିଥିଲା । ଯାହାକୁ ନେଇ ଥାନା ସମ୍ମୁଖରେ ରାସ୍ତା ଅବରୋଧ ହୋଇଛି । ଯେଉଁଥିପାଇଁ ଗାଡି ଚଳାଚଳରେ ବାଧାପ୍ରାପ୍ତ ହୋଇଛି । ଫଳରେ ରାସ୍ତା ଉପରେ ଛିଡା ହୋଇଛି ଗାଡି ମଟର ।

ସେପଟେ ପୋଲିସ ଏନେଇ ତଦନ୍ତ ଆରମ୍ଭ କରିବା ସହ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିଛି ।

Related Posts