‘ଷ୍ଟାଚ୍ୟୁ ଅଫ୍ ୟୁନିଟି’ ନିକଟରେ ପାର୍କିଂ ସ୍ଥାନକୁ ବିରୋଧ କରି ୧୧ ଆଦିବାସୀ ଗିରଫ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗୁଜୁରାଟର ନର୍ମଦା ଜିଲ୍ଲାର କେଭାଡିଆ ଗ୍ରାମରେ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି “ଷ୍ଟାଚ୍ୟୁ ଅଫ୍ ୟୁନିଟି” ରହିଛି। ଏହାର ନିକଟରେ ପାର୍କିଂ ସ୍ଥଳ ନିର୍ମାଣ କରିବା ପାଇଁ ଜମି ଅଧିଗ୍ରହଣ ବିରୋଧରେ ଆଦିବାସୀ ଲୋକ ମାନେ ବିରୋଧ ପ୍ରଦର୍ଶନ କରିଥିଲେ। ବିରୋଧ କରୁଥିବା ୧୧ ଜଣ ଆଦିବାସୀଙ୍କୁ ଗୁଜୁରାଟର ପୋଲିସ ଗିରଫ କରିଛି। ଗିରଫ ଆଦିବାସୀଙ୍କ ମଧ୍ୟରେ ପାଞ୍ଚ ଜଣ ମହିଳା ମଧ୍ୟ ରହିଛନ୍ତି। ବିକ୍ଷୋଭକାରୀମାନେ ଦାବି କରିଛନ୍ତି ଯେ ସେଠାକାର ବିକାଶ ନାଁରେ ସର୍ଦ୍ଦାର ସରୋବର ନର୍ମଦା ନିଗମ ଦ୍ୱାରା ବେଆଇନ୍ ଭାବେ ଅଧିଗ୍ରହଣ କରାଯାଇଥିବା ଜମି ସେମାନଙ୍କର ଥିଲା । ରବିବାର ଦିନ ଅପରାହ୍ନରେ କର୍ତ୍ତୃପକ୍ଷ ସର୍ଭେ କରୁଥିବାବେଳେ ଆଦିବାସୀ ମାନେ ବିରୋଧ ପ୍ରଦର୍ଶନ କରିଥିଲେ । ସମାଚାର ଏଜେନ୍ସି ପିଟିଆଇ ଅନୁଯାୟୀ ଅତି ସର୍ଭେ ସମୟରେ ଅତିକମ୍ ରେ ୨୪ ପୋଲିସ କର୍ମଚାରୀ ଘଟଣାସ୍ଥଳରେ ଥିଲେ। କେଭଡିଆ ପୋଲିସ ଷ୍ଟେସନ ଇନ୍ସପେକ୍ଟର ପି.ଟି ଚୌଧୁରୀ ନ୍ୟୁଜ୍ କହିଛନ୍ତି ଯେ,: ଦୁଇଜଣ ମହିଳା ନିଜ ଶରୀରରୁ ବସ୍ତ୍ର କାଢି ଦେଇଥିଲେ। ” ବିରୋଧ ପ୍ରଦର୍ଶନ କରୁଥିବା 20 ଜଣ ବିକ୍ଷୋଭକାରୀଙ୍କ ବିରୋଧରେ ପ୍ରାଥମିକ ସୂଚନା ଆଧାରରେ ରିପୋର୍ଟ ଦାଖଲ କରାଯାଇଛି ।  ଧାରା 143 (ବେଆଇନ ସମାବେଶ), 294 (ସର୍ବସାଧାରଣ ସ୍ଥାନରେ କିମ୍ବା ନିକଟରେ ଅଶ୍ଳୀଳ ଶବ୍ଦ ପ୍ରୟୋଗ କରିବା ), 269 ( ବିପଦଜନକ ସଂକ୍ରାମକ ରୋଗ ବିସ୍ତାର କରିବା ), 186 (ସରକାରୀ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ଦେବା) ଏବଂ ମହାମାରୀ ବିପର୍ଯ୍ୟୟ ଆଇନ ଅନୁଯାୟୀ ମାମଲା ଦାୟର କରାଯାଇଥିଲା।  ତେବେ ୨୦୧୯ ମସିହାରେ, ଗୁଜୁରାଟ ହାଇକୋର୍ଟ “ଷ୍ଟାଚ୍ୟୁ ଅଫ୍ ୟୁନିଟି” ନିକଟରେ ପର୍ଯ୍ୟଟନ ପରିଯୋଜନା ପାଇଁ ଜମି ଅଧିଗ୍ରହଣ ଉପରେ ରୋକ୍ ଲଗାଇଥିଲେ। ଏହାର ନିକଟସ୍ଥ ୬ ଟି ଗାଁ ରେ ବସବାସ କରୁଥିବା ଆଦିବାସୀଙ୍କୁ ସେଠାରୁ ସ୍ଥାନାନ୍ତର ନ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ଉତ୍ସର୍ଗୀକୃତ ଏହି ଷ୍ଟାଚ୍ୟୁ ଅଫ୍ ୟୁନିଟି ପାଇଁ ମଧ୍ୟପ୍ରଦେଶ, ଗୁଜୁରାଟ ଏବଂ ମହାରାଷ୍ଟ୍ରରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ନର୍ମଦା ଜିଲ୍ଲାର କେଭାଡିଆ ଏବଂ ଏହାର ଆଖପାଖ ଗ୍ରାମଗୁଡିକ ଦକ୍ଷିଣ ଗୁଜରାଟର ଆଦିବାସୀ ବହୁଳ ଅଞ୍ଚଳ । ଆଦିବାସୀ ବହୁଳ ଅଞ୍ଚଳ ହୋଇଥିବାରୁ ଏହି ଅଞ୍ଚଳରେ ଡ୍ୟାମ , ପ୍ରତିମୂର୍ତ୍ତି ଏବଂ ପର୍ଯ୍ୟଟନ କ୍ଷେତ୍ରର ବିକାଶରେ ସରକାର ବିରୋଧର ସମ୍ମୁଖୀନ ହେଉଛନ୍ତି। 2018 ଅକ୍ଟୋବରରେ ଯେତେବେଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ଷ୍ଟାଚ୍ୟୁ ଅଫ୍ ୟୁନିଟି”ର ଉଦଘାଟନ କରିଥିଲେ ଏହା ପୂର୍ବରୁ ଅନେକ ଆଦିବାସୀ କାର୍ଯ୍ୟକର୍ତ୍ତାଙ୍କୁ ଗୁଜରାଟ ପୋଲିସ ଗିରଫ କରିଥିଲା। ଏହି ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ସେଠାକାର ଆଦିବାସୀ ଓ କୃଷକ ମାନେ ହରାଇଥିବା ଜାଗାର କ୍ଷତିପୂରଣ ଦାବିରେ ବିରୋଧ ପ୍ରଦର୍ଶନ କରିବାର ଯୋଜନା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ସେହି ସମୟରେ ସେନା ମୁତୟନ କରାଯାଇଥିଲା। 

Related Posts