ଦେଶର ମୁଖ୍ୟ ନିର୍ବାଚନ କମିଶନର ହେଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଅନୁୁପ ଚନ୍ଦ୍ର ପାଣ୍ଡେ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କେନ୍ଦ୍ର ସରକାର ମଙ୍ଗଳବାର ଦିନ ଉତ୍ତର ପ୍ରଦେଶ କ୍ୟାଡରର ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିଛନ୍ତି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଅବସର ନେବା ପରେ ଏହି ପଦ ଖାଲି ପଡ଼ିଥିଲା। ବର୍ତ୍ତମାନ ଅନୁପ ଚନ୍ଦ୍ରଙ୍କ ନିଯୁକ୍ତି ପରେ ପଦବୀ ପୂରଣ ହୋଇଛି। ୨୦୧୯ ମସିହାରେ ସେ ୟୁପି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେବାର ଥିଲା। କିନ୍ତୁ ଯୋଗୀ ଆଦିତ୍ୟ ନାଥ ସରକାର ତାଙ୍କ କାର୍ଯ୍ୟକାଳ ୬ ମାସ ବୃଦ୍ଧି କରିଥିଲେ। ଏହାପରେ ସେ ଅଗଷ୍ଟ ମାସରେ ଅବସର ଗ୍ରହଣ କରିଥିଲେ। ଅନୁପ ୧୯୫୯ ଫେବୃଆରୀ ୧୫ ତାରିଖରେ ପଞ୍ଜାବର ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ। ମେକାନିକାଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିବା ସହ ଇତିହାସରେ ପିଏଚଡି କରିଛନ୍ତି। ସୁଶୀଲ ଚନ୍ଦ୍ର ଏବଂ ରାଜୀବ କୁମାରଙ୍କ ପରେ ଏବେ ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିବା ପରେ ତିନି ସଦସ୍ୟ ବିଶିଷ୍ଟ ଆୟୋଗକୁ ସମ୍ପୂର୍ଣ୍ଣ ହୋଇଛି। ଆଗମୀ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରାଖଣ୍ଡରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ନେତୃତ୍ୱରେ ହେବ। ଅଗଷ୍ଟ ୨୦୧୯ ରେ ସିଭିଲ ସର୍ଭିସରୁ ଅବସର ନେବା ପୂର୍ବରୁ ପାଣ୍ଡେ ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ତଥା ରାଜ୍ୟର ଭିତ୍ତିଭୂମି ଓ ଶିଳ୍ପ ବିକାଶ ବିଭାଗରେ କମିଶନର ଭାବରେ କାମ କରିଛନ୍ତି। ଫେବୃଆରୀ ୨୦୨୪ ରେ ସେ ଅବସର ନେବେ।

Related Posts