ଏଲନ୍‌ ମସ୍କଙ୍କ ବିରୋଧରେ ମାମଲା ରୁଜୁ କଲା ଟୁଇଟର, ମାମଲାକୁ ହାସ୍ୟାସ୍ପଦ କହିଲେ ମସ୍କ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଟେସଲା ସିଇଓ ଏଲନ୍‌ ମସ୍କଙ୍କ ବିରୋଧ ରେ ମାମଲା ରୁଜୁ କରିଛି ଟୁଇଟର।ଡେଲାୱେରର କୋର୍ଟ ଅଫ୍‌ ଚାନ୍ସରିରେ ଏହି ମାମଲା ରୁଜୁ କରିଛି ଟୁଇଟର। ତେବେ ୪୪ ଅରବ ଡଲାରରେ ଟୁଇଟର କୁ କିଣିବାକୁ କରିଥିବା ଡିଲ୍‌ ରଦ୍ଦ କରିବା ପରେ ଏବେ ଏଲୋନ ମସ୍କଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମସ୍କଙ୍କୁ ହିପୋକ୍ରେଟ ବୋଲି ଅଭିଯୋଗ କରି ଟୁଇଟର ଏହି ମାମଲା ରୁଜୁ କରିଛି ।ସୋସିଆଲ ମିଡିଆ କମ୍ପାନୀ ପକ୍ଷରୁ ରୁଜୁ ହୋଇଥିବା ଏହି ମାମଲା ରେ ଦୀର୍ଘ ଆଇନଗତ ଯୁଦ୍ଧ ଚାଲିବ ବୋଲି କୁହାଯାଉଛି।

ତେବେ ଟୁଇଟର୍‌ ପ୍ଲାଟ୍‌ଫର୍ମରେ ଥିବା ଜାଲ୍‌ ଆକାଉଣ୍ଟ୍‌ ସଂକ୍ରାନ୍ତରେ ‘ଟୁଇଟର୍‌’ କମ୍ପାନି ତଥ୍ୟ ନ ଦେବାରୁ ମସ୍କ ଉକ୍ତ ଚୁକ୍ତିରୁ ଓହରି ଯାଇଥିବା ଘୋଷଣା କରିଥିଲେ। ମାମଲା ରୁଜୁ ହେବା ପରେ ମସ୍କ୍ ଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି। ମସ୍କ ଟୁଇଟର ରେ ଏହି ମାମଲାକୁ ହାସ୍ୟାସ୍ପଦ ବୋଲି ଲେଖି ଟୁଇଟ କରିଛନ୍ତି।

Related Posts