ରାଉରକେଲାରେ ଏନକାଉଣ୍ଟର; ପୋଲିସ ଗୁଳିରେ ଠିକାଦାର ହତ୍ୟା ଅଭିଯୁକ୍ତ ଅଜିତ ଓରାମ ଆହତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଉରକେଲା ଝିରପାଣି ଅଞ୍ଚଳରେ ଠିକାଦାରଙ୍କୁ ଗୁଳିକରି ହତ୍ୟା ଘଟଣାରେ ପୋଲିସର ଏନକାଉଣ୍ଟର। ଅଭିଯୁକ୍ତର ଡାହାଣ ଗୋଡ଼ରେ ବାଜିଛି ଗୁଳି। ଆହତ ଅଭିଯୁକ୍ତକୁ ଆରଜିଏଚରେ ଭର୍ତ୍ତି କରାଯାଇଛି। ଅଭିଯୁକ୍ତ ନିକଟରୁ ପିସ୍ତଲ ସହ ଅଫୁଟା ଗୁଳି ଜବତ କରିଛି ପୋଲିସ।

ସୂଚନା ଅନୁସାରେ, ରାଉରକେଲା ଝିରପାଣି ଅଞ୍ଚଳରେ ଠିକାଦାର ବାଞ୍ଛାନିଧି ତନ୍ତୀଙ୍କୁ ରବିବାର ସକାଳେ ଗୁଳି କରି ହତ୍ୟା କରାଯାଇଥିଲା। ଜମି ବିବାଦକୁ କେନ୍ଦ୍ରକରି ଅଜିତ ଓରାମ ନାମକ ଜଣେ ଯୁବକ ବାଞ୍ଛାନିଧିଙ୍କ ଉପରକୁ ଗୁଳି ଚଳାଇଥିଲେ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବାଞ୍ଛାନିଧିଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ଝିରିପାଣି ଅଞ୍ଚଳରେ ଗତକାଲିଠାରୁ ଉତ୍ତେଜନା ଲାଗି ରହିଥିଲା। ହତ୍ୟାକାରୀର ଗିରଫ ଦାବିରେ ସ୍ଥାନୀୟ ଲୋକେ ଧାରଣା ଦେଇଥିଲେ।

ତେବେ ହତ୍ୟା ପରେ ଅଭିଯୁକ୍ତ ଅଜିତ ଫେରାର ହୋଇଯାଇଥିଲା। ଆଜି ସକାଳେ ସୂଚନା ପାଇ ଅଜିତ ଲୁଚିଥିବା ଜଲଦା ଫାଣ୍ଡି ଏରିଆରେ ପୁଲିସ ଚଢ଼ାଉ କରିଥିଲେ। ପୁଲିସକୁ ଦେଖି ଅଜିତ ଗୁଳି ଚଳାଇଥିଲେ। ପୁଲିସର ଜବାବ ଗୁଳିରେ ଶେଷରେ ଅଜିତ ଆହତ ହୋଇଥିଲା। ଅଜିତର ଗୋଡ଼ରେ ଗୁଳି ବାଜିଛି। ଏହି ହତ୍ୟାକାଣ୍ଡର ଅଧିକ ତଦନ୍ତ ଜାରି ରହିଛି। କେବଳ ଏତିକି ନୁହେଁ ବିକ୍ଷୋଭକାରୀମାନେ ପ୍ରାୟ ୨ ଘଣ୍ଟା ଧରି କୋଏଲନଗର-ଝିରିପାଣି ମୁଖ୍ୟରାସ୍ତା ଅବରୋଧ କରାଯାଇଥିଲା। ଶେଷରେ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା। ପୁଲିସ ସ୍ବତନ୍ତ୍ର ଟିମ ଗଠନକରି ଅଭିଯୁକ୍ତ ଚୁନୁ ଓ ସହଯୋଗୀଙ୍କୁ ଗିରଫ କରିବା ପାଇଁ ଭିନ୍ନ ଭିନ୍ନ ସ୍ଥାନରେ ଚଢାଉ କରିଥିଲା l

Related Posts