ଜମ୍ମୁ କଶ୍ମୀରର ଅନନ୍ତନାଗରେ ଏନ୍‌କାଉଣ୍ଟର: ଲସ୍କର-ଏ-ତୋଇବାର କମାଣ୍ଡର ନିହତ

ଶ୍ରୀନଗର: ଆତଙ୍କବାଦୀ ଦମନ ଅଭିଯାନ କୁ ସେନା ପକ୍ଷରୁ ଜୋରଦାର କରାଯାଇଥିବା ବେଳେ, ଜମ୍ମୁ କଶ୍ମୀରରେ ସେନାକୁ ମିଳିଛି ବଡ ସଫଳତା | ଅନନ୍ତନାଗରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଛନ୍ତି ଦୁଇ ଆତଙ୍କବାଦୀ। ମୃତ ଆଙ୍କବାଦୀଙ୍କ ମଧ୍ୟରେ ଜଣେ ଲସ୍କର-ଏ-ତୋଇବା କମାଣ୍ଡର ଥିବା ସୂଚନା ମିଳିଛି।

ଏଏନ୍‌ଆଇ ସୂଚନା ମୁତାବକ, ଅନନ୍ତନାଗର ସିରହମା ଅଞ୍ଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଏନ୍‌କାଉଣ୍ଟରରେ ସେନା ଗୁଳିରେ ଲସ୍କର କମାଣ୍ଟର ନିସାର ଡାର୍‌ ନିହତ ହୋଇଛି। ସେହିପରି ଆଉ ଜଣେ ଆତଙ୍କବାଦୀ ମଧ୍ୟ ନିହତ ହୋଇଥିବା କୁହାଯାଇଛି।

ତେବେ ଘଟଣା ସ୍ଥଳରେ ଆହୁରି ଅନେକ ଆତଙ୍କବାଦୀ ଲୁଚି ରହିଥିବା ଅନୁମାନ କରାଯାଉଛି | ସନ୍ଦେହ କରି ପୁଲିସ ଓ ସୁରକ୍ଷାକର୍ମୀଙ୍କ ପାଖରୁ ମିଶି ସର୍ଚ୍ଚ ଅପରେସନ୍‌ ଜାରି ରହିଛି | ସେପଟେ ଅନନ୍ତନାଗର କିଛି ଅଞ୍ଚଳରେ ସୁରକ୍ଷାଦୃଷ୍ଟିରୁ ଇଣ୍ଟରନେଟ୍‌ ସେବା ବନ୍ଦ କରିଦିଆଯାଇଛି।

ସୂଚନା ମୁତାବକ, ଘାଟିକୁ ଆତଙ୍କବାଦ ମୁକ୍ତ କରିବା ପାଇଁ ସୁରକ୍ଷାକର୍ମୀ ଓ ପୁଲିସ ମିଳିତ ଭାବେ ଅପରେସନ୍‌ ଚଳାଇଛନ୍ତି। ବୁଧବାର ମଧ୍ୟ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୋନିଆନ୍‌ର ହରିପୁରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ପୁଲିସ ଓ ସୁରକ୍ଷାବଳ ମିଶି ପୂରା ଅଞ୍ଚଳକୁ ଘେରି ଯାଇଥିଲେ। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଶେଷରେ ସୁରକ୍ଷାକର୍ମୀ ଙ୍କୁ ସଫଳତା ମିଳିଥିଲା | ସୁରକ୍ଷାକର୍ମୀଂକ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିଲେ |

Related Posts