ଚନ୍ଦକା ମୁଣ୍ଡାସାହି ନିକଟରେ ନକ୍ସଲ ବିରୋଧୀ ଟ୍ରେନିଂ ବେଳେ ଅଘଟଣ: ହାତୀ ଆକ୍ରମଣରେ ୬ଜଣ ଯବାନ ଆହତ

ଭୁବନେଶ୍ୱର: ହାତୀ ଆକ୍ରମଣରେ ୮୮ ବିଏସଏଫ ବାଟାଲିୟନର ୬ଜଣ ଯବାନ ଆହତ ହୋଇଛନ୍ତି। ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ମୁଣ୍ଡାସାହି ନିକଟରେ ନକ୍ସଲ ବିରୋଧୀ ଟ୍ରେନିଂ ବେଳେ ଏହି ଅଘଟଣ ଘଟିଛି। ଆହତ ଯବାନମାନଙ୍କୁ ଉଦ୍ଧାର କରାଯାଇ ଭୁବନେଶ୍ୱର ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଛି।

ସୂଚାନଯୋଗ୍ୟ, ଗତକାଲି ରାତିରେ ଚନ୍ଦକା ମୁଣ୍ଡାସାହି ନିକଟରେ ଥିବା ଜଙ୍ଗଲରେ ଯବାନମାନଙ୍କୁ ନକ୍ସଲ ବିରୋଧୀ ଟ୍ରେନିଂ ଦିଆଯାଉଥିଲା | ଏହି ସମୟରେ ଏକ ହାତୀ ପଲ ସେମାନଙ୍କ ନିକଟକୁ ଆସି ଅତର୍କିତ ଭାବେ ଆକ୍ରମଣ କରିଥିଲେ | ଫଳରେ ଏକକାଳୀନ ଏତେ ହାତୀ ମାନଙ୍କୁ ଦେଖି ଯବାନମାନେ ଭୟବିତ୍ତ ହୋଇପଡିଥିଲେ | ହାତୀ ଆକ୍ରମଣରରୁ ଜୀବନ ବଞ୍ଚାଇବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ। ପରେ ହାତପଲ ସେଠାରୁ ପଳାଇଯାଇଥିଲେ। କିନ୍ତୁ ଏହି ସମୟରେ ହାତୀଙ୍କ ଆକ୍ରମଣରେ ୬ ଜଣ ଯବାନ ଆହତ ହୋଇଥିଲେ। ଆହତ ଯବାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା ଜଣାଯାଇଛି |

Related Posts