ଜମ୍ମୁ କାଶ୍ମୀର ଅନନ୍ତନାଗରେ ଏନକାଉଣ୍ଟର: ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ

ଶ୍ରୀନଗର: ଜମ୍ମୁ କାଶ୍ମୀର ଅନନ୍ତନାଗରେ ମୁହାମୁହୀ ହେଲେ ସୁରକ୍ଷାକର୍ମୀ ଓ ଆତଂକବାଦୀ । ଫଳରେ ସେନା ଗୁଳିରେ ଦୁଇ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି । ଆଜି ଅପରାହ୍ନରେ ଅନନ୍ତନାଗ ଜିଲ୍ଲାର ସିତିପୁରାରେ ଏହି ଏନକାଉଣ୍ଟର ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଦୁଇ ଆତଙ୍କୀ ସଫା ହୋଇଥିବା କାଶ୍ମୀର ଜୋନ ପୋଲିସ ସୂଚନା ଦେଇଥିବା ବେଳେ ଏବେ ମଧ୍ୟ ଗୁଳି ବିନିମୟ ଜାରି ରହିଛି ।

ମୃତ ଦୁଇ ଆତଙ୍କୀଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇପାରିନାହିଁ ।

ସ୍ଥାନୀୟ ଅଞ୍ଚଳରେ ଏକାଧିକ ଆତଙ୍କବାଦୀ ଆତ୍ମଗୋପନ କରିଥିବା ଗୁଇନ୍ଦା ରିପୋର୍ଟ ମିଳିବା ପରେ ସୁରକ୍ଷା ବଳର ଯବାନ ଓ ସ୍ଥାନୀୟ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ଏଥିରେ ଆତଙ୍କୀଙ୍କ ସହ ମୁହାଁମୁହିଁ ହେବା ସହ ଗୁଳି ବନିମୟ ହୋଇଥିଲା ।

Related Posts