ବଦଳିଗଲା ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିର ଚିତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବଦଳିଗଲା ଇଣ୍ଡିଆ ଗେଟରେ ଥିବା ଅମର ଯବାନ ଜ୍ୟୋତିର ଚିତ୍ର । ଅମର ଯବାନ ଜ୍ୟୋତିର ଚିତ୍ର ଦିନକୁ ଦିନ ବଦଳିବାରେ ଲାଗିଛି । ପ୍ରଥମେ କେନ୍ଦ୍ର ସରକାର ଏଠାରେ ଜଳୁଥିବା ମଶାଲକୁ ନ୍ୟାସନାଲ ୱାର ମେମୋରିଆଲକୁ ସ୍ଥାନାନ୍ତର କରିଥିବା ବେଳେ ଏବେ ସ୍ମାରକ ସ୍ମୃତିରେ ଲାଗିଥିବା ସୈନିକଙ୍କ ହେଲମେଟ ଓ ରାଇଫଲକୁ ବି ନ୍ୟାସନାଲ ୱାର ମେମୋରିଆଲକୁ ସ୍ଥାନାନ୍ତର କରିଦେଇଚନ୍ତି । ଏକ ସମାରୋହର ଆୟୋଜନ କରି ସଶସ୍ତ୍ର ବଳ ତରଫରୁ ସ୍ମୃତିରେ ଲାଗିଥିବା ରାଇଫଲ ଓ ହେଲମେଟକୁ ଇଣ୍ଡିଆ ଗେଟରୁ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟକୁ ନେଇଛନ୍ତି । କହିରଖୁ କି ୧୯୭୧ ଯୁଦ୍ଧରେ ସହିଦ ହୋଇଥିବା ଭାରତୀୟ ଯବାନଙ୍କ ସ୍ମୃତି ଉର୍ଦ୍ଦେଶ୍ୟରେ ସେତେବେଳର ସରକାର ଦିଲ୍ଲୀର ଇଣ୍ଡିଆ ଗେଟଠାରେ ଏହାର ନିର୍ମାଣ କରିଥିଲେ ।

ହେଲେ ଏବେର ସରକାର ଏହାକୁ ସମ୍ପୂର୍ଣ୍ଣ ଭାବେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀ ନିକଟକୁ ସ୍ଥାନାନ୍ତର କରିଦେଇଛନ୍ତି । ସେପଟେ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକ ନିକଟରେ ପରମବୀର ଚକ୍ର ବିଜେତାଙ୍କ ପ୍ରତିମୂର୍ତ୍ତି ମଧ୍ୟରେ ଏହି ରାଇଫଲ ଓ ହେଲମେଟକୁ ସ୍ଥାପିତ କରାଯାଇଛି । ଏୟାରମାର୍ଶଲ ବିଆର କୃଷ୍ଣାଙ୍କ ନେତୃତ୍ୱରେ ଏକ ସମାରୋହର ଆୟୋଜନ କରାଯାଇ ଏହାକୁ ସ୍ଥାନାନ୍ତର କରାଯାଇଛି । ଏହି ସମାରୋହରେ ୩ ସେନାର ପ୍ରମୁଖ ଉପସ୍ଥିତ ଥିଲେ ।

Related Posts