ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର

ଶ୍ରୀନଗର: ସୁରକ୍ଷାକର୍ମୀଂକ ଗୁଳିରେ ଟାଳିଲେ ହତ୍ୟାକାରୀ | ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କୁ ହତ୍ୟା କରିଥିବା ହତ୍ୟାକାରୀଙ୍କୁ ହତ୍ୟା କଲେ ସୁରକ୍ଷାକର୍ମୀ | କଶ୍ମୀର ପୁଲୱାମା ଜିଲ୍ଲା ଅବନ୍ତିପୁରାରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଏହି ସଫଳତା । ଟିଭି ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ହତ୍ୟାକାରୀଙ୍କୁ ଏନକାଉଣ୍ଟର ।

ଅବନ୍ତିପୁରାରେ ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ସୂଚନା ମିଳିବା ପରେ ଏନକାଉଣ୍ଟର ଆରମ୍ଭ ହୋଇଥିଲା । ଅବନ୍ତିପୁରାରେ ଆତଙ୍କୀଙ୍କ ଅନୁପ୍ରବେଶକୁ ପଣ୍ଡ କରିଛନ୍ତି ସୁରକ୍ଷାକର୍ମୀ । ସ୍ଥାନୀୟ ପୋଲିସ ଓ ସୁରକ୍ଷାକର୍ମୀ ମିଳିତ ଅପରେସନରେ ଲସ୍କର-ଇ-ତୋଇବାର 2 ସଦସ୍ୟ ନିହତ ହୋଇଛନ୍ତି ।

ବୁଧବାର ଟିଭି ଅଭିନେତ୍ରୀ ଅମରିନ ଭଟଙ୍କୁ ଗୁଳି କରି ହତ୍ୟା କରିଥିଲେ ଆତଙ୍କବାଦୀ । ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ଟ୍ରାପରେ ପଡିଥିବା ଦୁଇ ଆତଙ୍କୀ ଅମରିନ ଭଟଙ୍କ ହତ୍ୟାକାରୀ ବୋଲି ଗୁଇନ୍ଦା ବିଭାଗରୁ ତଥ୍ୟ ପାଇଥିଲା ସୁରକ୍ଷା ବଳ । ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରି ସୁରକ୍ଷା ବାହିନୀ ଏନକାଉଣ୍ଟର ଆରମ୍ଭ କରିଥିବା ସୂଚନା ଦେଇଛନ୍ତି କାଶ୍ମୀର IGP ବିଜୟ କୁମାର ।

ମୃତକ ଦୁଇ ଆତଙ୍କୀ ହେଲେ ସାକିର ଅହମ୍ମଦ ୱାଜା ଓ ଅଫରିନ ଅଫତବ ମାଲିସ । ସେମାନଙ୍କ ଘର ସୋଫିଆନରେ ବୋଲି ଜଣାପଡିଛି । ସେମାନଙ୍କ ନିକଟରୁ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

Related Posts