
(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜାତୀୟ ଡାକ୍ତର ଦିବସ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏନ.ଭି ରାମନା ଚିକିତ୍ସା ଜଗତ ସହ ଜଡିତ ପ୍ରଫେସନାଲମାନଙ୍କୁ ସମ୍ବୋଧିତ କରି ବିଭିନ୍ନ ସମସ୍ୟାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଜଷ୍ଟିସ୍ ରମନା ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ କହିଛନ୍ତି ଯେ ଡାକ୍ତର ମାନେ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରି ଅଧ୍ୟୟନ କରିବା ସତ୍ତ୍ୱେ ସେମାନେ ଉପଯୁକ୍ତ ଦରମା ପାଇବା ପାଇଁ ସଂଘର୍ଷ କରୁଛନ୍ତି। ପ୍ରଧାନ ବିଚାରପତି ଭାରତୀୟ ମେଡିକାଲ ଆସୋସିଏସନ ଦ୍ବାରା ପ୍ରକାଶିତ ତଥ୍ୟକୁ ଦର୍ଶାଇ କହିଛନ୍ତି ଯେ କରୋନା ମହାମାରୀ ରୋଗୀଙ୍କୁ ସେଵା ଯୋଗାଇ 798 ଡାକ୍ତର ପ୍ରାଣ ହରାଇଛନ୍ତି। ପ୍ରଧାନ ବିଚାରପତି ଡାକ୍ତରମାନଙ୍କୁ ସୁପର ହିରୋ ସହ ତୁଳନା କରି କହିଛନ୍ତି ଯେ ଯେତେବେଳେ ରୋଗୀ ମାନେ ଶାରୀରିକ ଏବଂ ମାନସିକ ସ୍ତରରେ ଭାରାକ୍ରାନ୍ତ ଥିଲେ ସେତେବେଳେ ଡାକ୍ତରମାନେ ହିଁ ସେମାନଙ୍କ ଆଶା ବଞ୍ଚାଇ ରଖିଥିଲେ। ଜଷ୍ଟିସ ରାମାନା କହିଛନ୍ତି, “ଏହା ଦେଖି ଦୁଃଖର ବିଷୟ ଯେ ଭଲ ଏବଂ ଯୋଗ୍ୟ ଡାକ୍ତରମାନେ ନିଜର ଏକ ଭଲ ହସ୍ପିଟାଲଟିଏ ଆରମ୍ଭ କରି ବଞ୍ଚିପାରିବେ ନାହିଁ। 8 ରୁ 9 ବର୍ଷ ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ଶିକ୍ଷାଲାଭ କରିବା ମଧ୍ୟ ଡାକ୍ତରମାନେ ଉପଯୁକ୍ତ ଦରମା ପାଇବା ପାଇଁ ସଂଘର୍ଷ କରନ୍ତି।” ଜଷ୍ଟିସ ରାମନା ମେଡିକାଲ ପ୍ରଫେସନାଲଙ୍କ ବଳିଦାନକୁ ପ୍ରଶଂସା କରିବା ସହ “ବିନା ଟୋପିରେ ସମସ୍ତ ହିରୋ” ବୋଲି କହି ଚିକିତ୍ସା ଜଗତ ସହ ଜଡିତ ସମସ୍ତ ବ୍ୟକ୍ତିଙ୍କୁ ଅଭିବାଦନ ଜଣାଇଛନ୍ତି। ଡାକ୍ତରଙ୍କ ବଳିଦାନ ବିଷୟରେ ଜଷ୍ଟିସ୍ ରମନା କହିଛନ୍ତି ଯେ , କରୋନା କାଳରେ ରୋଗୀଙ୍କ ପାଖକୁ ପ୍ରିୟଜନ ମାନଙ୍କୁ ଯିବାକୁ ନିଷେଧ ଥିବା ବେଳେ ଡାକ୍ତର ମାନେ ପିପିଇ କିଟ୍ ପିନ୍ଧି ନଖାଇ ନପିଇ ୨୪ ଘଣ୍ଟା ରୋଗୀ ମାନଙ୍କର ସେବା କରିଛନ୍ତି। ପ୍ରଧାନ ବିଚାରପତି କହିଛନ୍ତି ଯେ ମହାମାରୀର ସହ ସାରା ବିଶ୍ୱ ଏବେ ମୁକାବିଲା କରୁଛି ଏବଂ ଆମର ଡାକ୍ତରମାନେ ନିରନ୍ତର ତଥା ନିଃସ୍ୱାର୍ଥପର ଭାବରେ ମାରାତ୍ମକ ମହାମାରୀ ବିରୋଧରେ ଲଢେଇ କରୁଛନ୍ତି। ମହାମାରୀ ବିରୋଧରେ ଲଢୁଥିବା ଡାକ୍ତରଙ୍କ ଉପରେ ହୋଉଥିବା ହିଂସାକୁ ନେଇ ମଧ୍ୟ ଜଷ୍ଟିସ ରାମନା ଉଦବେଗ ପ୍ରକାଶ କରିଥିଲେ। କର୍ପୋରେଟର ଏବଂ ନିବେଶକଙ୍କ ଲାଭ ପାଇଁ ଡାକ୍ତରମାନଙ୍କୁ କାହିଁକି ଦାୟୀ କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ? ଜଷ୍ଟିସ୍ ରାମନା କହିଛନ୍ତି ଯେ କୋଭିଡ୍ ରୋଗୀଙ୍କ ଚିକିତ୍ସା କରୁଥିବାବେଳେ ଡାକ୍ତରମାନେ ଶାରୀରିକ ଏବଂ ମାନସିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଅବସରରେ ଜଷ୍ଟିସ୍ ରାମନା ପର୍ଯ୍ୟାପ୍ତ ସଂଖ୍ୟକ ମେଡିକାଲ୍ ପ୍ରଫେସନାଲ, ଭିତ୍ତିଭୂମି, ଔଷଧର ଅଭାବ ଭଳି ସମସ୍ୟାଗୁଡିକ ଉପରେ ଆଲୋକପାତ କରିଥିଲେ।