ଜଙ୍ଗଲ ବିଭାଗ ଉପସ୍ଥିତରେ ଦୁର୍ବୁତ୍ତଙ୍କ ଘରପୋଡା ସହ ମାଡ଼ପିଟ : ବେସାହାରା ବନବାସୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦୀର୍ଘ ୨୫ବର୍ଷ ବସତି ପରେ ବି ଜଙ୍ଗଲ ବିଭାଗ ଓ ସ୍ଥାନୀୟ କେତେକ ଦୁର୍ବୁତ୍ତଙ୍କ ଜୁଳୁମ ଭିତରେ ବନ ନିବାସୀ।ଏପରିକି ଜୁଲୁମ ସୀମା ଟପି ଯାଇଛି। ଘର ପୋଡିଦେବା ,ଭଙ୍ଗାରୁଜା କରିବା ସାଙ୍ଗକୁ  ମାଡ଼ପିଟ କରିବା ଘଟଣା ଏବେ କଳାହାଣ୍ଡି ଜିଲ୍ଲା ରେ ଚର୍ଚ୍ଚା ବିଷୟ ପାଲଟିଛି।ଏ ପରିକି ନିରୀହ କୋମଳ ଶିଶୁ ଙ୍କୁ ମଧ୍ୟ ଛାଡି ନ ଥିବା ଜଣାପଡେ।ଅନ୍ୟପଟେ ମହିଳା ମାନଙ୍କ ଅଶୈଳ ଭାଷା ରେ ଗାଳିଗୁଲଜ କରିଥିବା ଅଭିଯୋଗ ହୁଏ। ସୂଚନା ମତେ କୋକସରା ବ୍ଲକ ଗତମୁଣ୍ଡା ପଞ୍ଚାୟତ  ସାହାଜ ଖୋଲ ସଂରକ୍ଷଣ ଜଙ୍ଗଲ ବେହେରା ରେଞ୍ଜ ଗତମୁଣ୍ଡା ବିଟ ଜଙ୍ଗଲ ଭିତରେ ଡୁମେରପାନି, ଭଟାପାନି  ନାମକ ଏକ ବସ୍ତି  ଆଜ କୁ ୨୫ବର୍ଷ ହେବ ପ୍ରାୟ ୩୪ପରିବାର ର ୨ଶହ ରୁ ଉର୍ଦ୍ଧ୍ବ ଲୋକ ବସତି ସ୍ଥାପନ କରିଛନ୍ତି। ଏଠାରେ ସାଧାରଣ ଆଦିବାସୀ ହରିଜନ ଓ ଅନ୍ୟାନ୍ୟ ଜାତି ସମ୍ପ୍ରଦାୟର ଲୋକ ରହିଥିବା ଜଣାପଡେ।ତେବେ ଏମାନଙ୍କ ସରଳତା ର ସୁଯୋଗ ନେଇ ଜଙ୍ଗଲ ବିଭାଗ କର୍ମଚାରି ସମିତ ଗତମୁଣ୍ଡା ଗ୍ରାମର କେତେକ ଦୁର୍ବୁତ୍ତ ମିଶି ଅନେକ ଦିନରୁ ନାନା ପ୍ରକାର ଶୋଷଣ କରୁଥିବା  ଜଣାପଡେ। ଏମିତି କି ଆର୍ଥିକ ଶୋଷଣ କରାଯାଉଥିବା ତାର ପ୍ରମାଣିତ ତଥ୍ୟ ଥିବା ଦେଖାଯାଏ।ଜବରଦସ୍ତ ଭାବେ ପୂଜାର୍ଚ୍ଚନା ଆଳ ରେ ଲୋକଙ୍କ ଠାରୁ ହଜାର ହଜାର ଟଙ୍କା ଆଦାୟ ସାଂଗେ କାମ ରେ ଖଟାଇବା ଭଳି ଘଟଣା ଭିଆଉ ଥିବା ସ୍ଥାନୀୟ ଲୋକେ ପ୍ରକାଶ କରନ୍ତି।

ଏଥିରେ ବି ମନ ତୃପ୍ତି ହେଲାନି ଯେ ଗତ ବୁଧବାର ଦିନ  ଖୁଦ ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ସହ ଗତମୁଣ୍ଡା ଗ୍ରାମର କେତେକ ଲୋକ ସନ୍ଧ୍ୟା ସମୟରେ ସଂଘବଦ୍ଧ ଭାବେ  ଆକ୍ରମଣ କରିବା ସହ ଘର ଦ୍ୱାରା ଭାଙ୍ଗି ଦେବା,ମାଡ଼ ପିଟ କରିବା ,ମହିଳା ମାନଙ୍କୁ ଅଶୈଳ ଭାବେ ଗାଳି ଗୁଳଜ କରିବା ଆଦି ଶୁକ୍ରବାର ଦିନ  ଆମପାଣି ଥାନାରେ ଅଭିଯୋଗ ହେଇଛି। ଏପରି କି ଖଣ୍ଡା ,ଛୁରୀ ଠେଙ୍ଗା ଅସ୍ତ୍ର ସତ୍ର ଦେଖାଇଲୋକ ଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହେଉଛି।

ଏଥିରେ ଛୋଟ ଛୋଟ କୋମଳ ଶିଶୁ ବି ବାଦ ପଡି ନ ଥିବା ଜଣାପଡେ।ବର୍ତ୍ତମାନ  ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ  ଘର ଦ୍ୱାରା ଛାଡି ନବରଙ୍ଗପୁର ପୁର ଜିଲ୍ଲା ଚାନ୍ଦାହାଣ୍ଡି ବ୍ଲକ କୁହୁଡି ପଞ୍ଚାୟତ ଏକ ସ୍କୁଲ ଘରେ ଆଶ୍ରୟ ନେଇଥିବା ଜଣାପଡେ।ଏବେ ବର୍ଷା ବେଳ।କିପରି କେମିତି ପରିବାର ଧରି ରହିବେ ଚିନ୍ତା କାରଣ ପାଲଟିଛି।ଅନ୍ୟପଟେ ଏ ବିଷୟ ନେଇ ଅଂଚଳରେ ଚର୍ଚା ଜୋର ଧରିଛି।ଜଙ୍ଗଲ ବିଭାଗ ଇସାରା   ଆବାଦ୍ଧ ରେ ଆକ୍ରମଣ କରାଯାଇଛି ନା ଏଥିରେ କୌଣସି କାରଣ ରହିଛି ତାହା ତଦନ୍ତ ସାପେକ୍ଷ।ଅନ୍ୟପଟେ ଜଙ୍ଗଲ ବିଭାଗ ଏଥିରେ ସମ୍ପୃକ୍ତି ଥିବା ଓ କାର୍ଯ୍ୟକଳାପ ଉପରେ ଅନେକ ସନ୍ଦେହ ଉଠୁଥିବା ସମାଲୋଚନା ହୁଏ।

ଯଦି ବନବାସୀ ଙ୍କୁ ବିସ୍ଥାପିତ କରିବା ଥିଲା ସରକାରି ନୀତି ନିୟମ ଅନୁଯାୟୀ କରିବା ବଦଳରେ କିପରି ଆକ୍ରମଣ କରାଗଲା ତାହା ତଦନ୍ତ ପରିସର ବିଷୟ ବୋଲି ବୁଦ୍ଧିଜୀବୀ ମହଲରୁ ମତ ପ୍ରକାଶ ପାଏ।ସରକାର ନିରୀହ ଆଦିବାସୀ ଙ୍କ ଥଇଥାନ ପାଇଁ ନାନା ପ୍ରକାର ବ୍ୟବସ୍ଥା ଆପଣେଇ ଥିବା ସହ ଘର ଡ଼ିହ ,ଜମି ବାଦୀ ଆଦି ଯୋଗାଇ ଦେବା ଭଳି ପଦକ୍ଷେପ ନେଉଛନ୍ତି।ଏପରି କି ଜଙ୍ଗଲ ପଟ୍ଟା  ଦେବା ସହ ବିଭିନ୍ନ ସୁବିଧା ଓ ଯୋଜନାରେ ସାମିଲ କରୁଛନ୍ତି।ହେଲେ କେତେକ ଐରାଜକତା ସରକାରୀ କର୍ମଚାରୀ ସାଧାରଣ ଆଦିବାସୀ  ଠାରୁ ଫାଇଦା ମାରୁଥିବା ଜଣାପଡୁଛି। ଏପରିସ୍ଥଳେ  ଗ୍ରାମବାସୀ ଙ୍କୁ ନ୍ୟାୟ ପ୍ରଦାନ କରା ନ ଗଲେ ଏବଂ ଜଙ୍ଗଲ ବିଭାଗ କର୍ମଚାରୀ  ଓ ସଂଘବଦ୍ଧ ଆକ୍ରମଣ ରେ ସମ୍ପୃକ୍ତି ଦୁର୍ବୁତ୍ତ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନ ଗଲେ ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଗ୍ରାମର ଭକଚନ ଭତ୍ରା,ଦୀନବନ୍ଧୁ ହରିଜନ,ସବା ପୁଝାରି,ମନ୍ତ ପୁଝାରି,ରତନ ପୁଝାରି,ଦଲସିଙ୍ଘ ଭତ୍ରା,ସମୁଦ ମାଝୀ, ମଧୁ ଭତ୍ରା,ଘାସିରାମ ମଝି,କୁର୍ଷ ଭତ୍ରା,ଦଶନ ଗଉଡ଼, ଭୁଜନ ଗଉଡ଼, ମାନରାମ ଚଳାନ, ଲକ୍ଷ୍ମୀକାନ୍ତ ଚଳାନ,ଦାମୋଦର ଭତ୍ରା,ନକୁଳ ଭତ୍ରା,କାର୍ତ୍ତିକ ଭତ୍ରା, ଫଗଣୁ ଭତ୍ରା,ପଦ୍ମନ ଗଉଡ଼, ସୁବସ ପୁଝାରି, ଧନସିଂ ନାଏକ ପ୍ରମୁଖ ପ୍ରକାଶ କରିଛନ୍ତି।ଏନେଇ ଧର୍ମଗଡ଼ ଉପବନଖଣ୍ଡ ଅଧିକାରୀ ପ୍ରଦୀପ କୁମାର ଭୋଇ ଙ୍କୁ ପଚାରିବାରୁ ଗତ ବର୍ଷ ସେହିସ୍ଥାନ ଛାଡିବା କୁ କୁହାଯାଇଛି ଏବଂ ସେମାନେ ମଧ୍ୟ ଲେଖିତ ଏଗ୍ରିମେଣ୍ଟ ଦେଇ ଥିବା ପ୍ରକାଶ କରିଥିଲେ।ଅନ୍ୟପଟେ ଧର୍ମଗଡ଼ ଉପଖଣ୍ଡ ଆରକ୍ଷକଅଧିକାରୀ ଧିରଜ ଚୋପଦାର ଆମପାଣି ଥାନାରେଏନେଇ କେଶ ନମ୍ବର ୫୬ରେ ଏକ ମାମଲାରୁଜୁ କରି  ତଦନ୍ତ ଚାଲିଥିବା ପ୍ରକାଶ କରିଛନ୍ତି।

Related Posts