ପ୍ରତ୍ୟେକଙ୍କ ଘରେ ତ୍ରିରଙ୍ଗା ଉଡ଼ିବା ଉଚିତ୍, ଏହା ଅତ୍ୟନ୍ତ ଗର୍ବର ବିଷୟ: ଅମିତାଭ ବଚ୍ଚନ

ମୁମ୍ବାଇ: ତ୍ରିରଙ୍ଗା କୁ ନେଇ ଚର୍ଚ୍ଚାରେ ଅମିତାଭ ବଚ୍ଚନ । ଅନେକ ସମୟରେ ସୋସିଆଲ ମିଡିଆ ଏବଂ ବ୍ଲଗରେ ତାଙ୍କ ମନକଥା ସେୟାର କରି ଆସୁଥିବା ବେଳେ, ପ୍ରଶଂସକ ମାନେ ଖୁବ୍ ପ୍ରଶଂସା କରିଥାନ୍ତି । ବର୍ତ୍ତମାନ ତାଙ୍କ ବ୍ଲଗରେ ସେ ଜାତୀୟ ପତାକା ତ୍ରିରଙ୍ଗା ବିଷୟରେ ଲେଖିଛନ୍ତି ।

ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି । ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ, ଯେତେବେଳେ ଅଗଷ୍ଟ୧୫, ୧୯୪୭ରେ ଆହ୍ଲାବାଦସ୍ଥିତ ତାଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ କରାଯାଇଥିଲା, ସେତେବେଳେ ଦେଶପ୍ରେମର ଭାବନା ତାଙ୍କ ମନକୁ ଆସିଥିଲା । ସେତେବେଳେ ସେ ବହୁତ ଛୋଟ ଥିଲେ । ଅମିତାଭ ଫଟୋ ଟୁଇଟ୍ କରିବାବେଳେ ଲେଖିଛନ୍ତି ଯେ ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉଡ଼ିବା ଉଚିତ୍ । ଏହା ଅତ୍ୟନ୍ତ ଗର୍ବର ବିଷୟ । ଅମିତାଭ ବଚ୍ଚନ ତାଙ୍କ ବ୍ଲଗରେ ମନେପକାଇ ଦେବାକୁ ଲେଖିଛନ୍ତି ଯେ କିଛି ସ୍ବତନ୍ତ୍ର ଦିନ ଗୁଡ଼ିକୁ ଛାଡ଼ିଦେଲେ ସାଧାରଣ ନାଗରିକଙ୍କୁ ପତାକା ଉତ୍ତୋଳନ କରିବାକୁ ଦିଆଯାଉ ନଥିଲା । ପରବର୍ତ୍ତୀ ସମୟରେ ସାଂସଦ ନବୀନ ଜିନ୍ଦଲ କୋର୍ଟକୁ ଯାଇ ପତାକା ଉତ୍ତୋଳନ କରିବାର ଅଧିକାର ନେଇଥିଲେ । ଏହି ନିଷ୍ପତ୍ତି ତାଙ୍କ ସପକ୍ଷରେ ଆସିବା ମାତ୍ରେ ମୁଁ ସଙ୍ଗେ ସଙ୍ଗେ ମୋ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଲାଗିଲି । ଯେଉଁମାନେ ରବିବାର ସାକ୍ଷତ କରିବାକୁ ଆସୁଥିଲେ ସେମାନେ ଏହାକୁ ଦେଖିଥିଲେ ।

ପତାକା ଉତ୍ତୋଳନ କରିବା ଉପରେ ମଧ୍ୟ କିଛି ପ୍ରତିବନ୍ଧକ ରହିଛି, କେତେବେଳେ ଏହାକୁ ତଳକୁ ଅଣାଯିବ, ଏହାକୁ କିପରି ଉଡ଼ାଯିବା, ଏହାର ଆକାର, ବନାଇବା ଉପରେ । ତେବେ ଏହା ଖଦୀର ହେବା ଉଚିତ୍ । ୨୦୧୪ ପର୍ଯ୍ୟନ୍ତ, ଏହା ବାଙ୍ଗାଲୋରର ଏକ ସ୍ୱତନ୍ତ୍ର ଦୋକାନରୁ କିଣାଯାଉଥିଲା । ବର୍ତ୍ତମାନ ଏଥିପାଇଁ ପ୍ରତ୍ୟେକ ଘରେ ଏକ ଅଭିଯାନ ଚାଲିବା ଉଚିତ । ଏହାକୁ ପ୍ରତ୍ୟେକ ଘରେ ଗର୍ବର ସହିତ ଉଡ଼ାଇବା ଉଚିତ ।

ଅମିତାଭ ବଚ୍ଚନ ମଧ୍ୟ ସେହି ସମୟକୁ ମନେ ପକାଇଲେ ଯେତେବେଳେ ୧୯୪୭ରେ ଭାରତ ସ୍ବାଧୀନତା ପାଇଲା । ‘ମୋର ଆହ୍ଲାବାଦ ଘରେ ମୋର ବୟସ ୫ ବର୍ଷ ଥିଲା, ହାତରେ ତ୍ରିରଙ୍ଗା, ଦେଶପ୍ରେମ, ପରିଚୟ, ମୋର ତ୍ରିରଙ୍ଗା, ବାରଣ୍ଡାରେ ଆମର ତ୍ରିରଙ୍ଗା ଉଡ଼ିଥିବାରୁ ମୁଁ ଗର୍ବିତ … ନାଷ୍ଟାଲଜିଆରୁ ଫେରି ମୋତେ ଏକ ସୁଟିଂ ପାଇଁ କିଛି ଧାଡ଼ି ଗାଇବାକୁ କୁହାଯାଇଥିଲା । ମୁଁ ଗାଇଥିଲି … ଜାତୀୟ ଭାବନା ସହ ଜଡ଼ିତ ସବୁକିଛି ମୋ ପାଇଁ ଗର୍ବର ବିଷୟ ।‘ ଅମିତାଭ ବଚ୍ଚନ ମଧ୍ୟ ଜାତୀୟ ପତାକାର ଏକ ଫୋଟୋ ଟ୍ୱିଟ୍ କରିଛନ୍ତି, ଏଥିରେ ଲେଖିଛନ୍ତି, ‘ହର୍ ଘର୍ ତ୍ରିରଙ୍ଗା, ଘର୍ ଘର୍ ତ୍ରିରଙ୍ଗା

Related Posts