ମୁଖ୍ୟମନ୍ତ୍ରୀ ପ୍ରାର୍ଥୀକୁ ନେଇ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ସମସ୍ତେ ପାଳନ କରିବେ: ସିଦ୍ଧୁ

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସମସ୍ତ ରାଜନୈତିକ ଦଳ ନିଜର ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିସାରିଛନ୍ତି । ହେଲେ କଂଗ୍ରେସ ନିଜର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଏପର୍ଯ୍ୟନ୍ତ ଘୋଷଣା କରିନାହିଁ । ଯାହାଫଳରେ ଏଥର ପ୍ରାର୍ଥୀ କିଏ ହେବ ସେନେଇ ଅନେକ କଳ୍ପନାଜଳ୍ପନା ଚାଲିଛି । ଏହା ମଧ୍ୟରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ସେନେଇ ଘୋଷଣା କରିବେ ବୋଲି ସୂଚନା ମିଳିଛି । ସେପଟେ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତିକୁ ସମସ୍ତେ ପାଳନ କରିବେ ବୋଲି ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ ସିଂ ସିଦ୍ଧୁ କହିଛନ୍ତି । କେବଳ ଏତିକି ନୁହେଁ ବରଂ କୌଣସି ନିଷ୍ପତ୍ତି ବିନା କୌଣସି ମହତ୍ୱପୂର୍ଣ କାର‌୍ୟ୍ୟ ହାସଲ ହୋଇ ନାହିଁ । … ପଞ୍ଜାବକୁ ସ୍ପଷ୍ଟୀକରଣ ଦେବାକୁ ଆସୁଥିବା ରାହୁଲ ଜୀଙ୍କୁ ସ୍ୱାଗତ । ସମସ୍ତେ ତାଙ୍କ ନିଷ୍ପତ୍ତି ପାଳନ କରିବେ ବୋଲି ନବଜୋତ ସିଂହ ସିଦ୍ଧୁ କହିଛନ୍ତି । ଅନ୍ୟପଟେ ପଞ୍ଜାବ କଂଗ୍ରେସର ଦାୟିତ୍ୱରେ ଥିବା ହରିଶ ଚୌଧୁରୀ ପୂର୍ବରୁ କହିଥିଲେ ଯେ ରାହୁଲ ଗାନ୍ଧୀ ଲୁଧିଆନାରେ ତାଙ୍କର ଭର୍ଚୁଆଲ୍ ରାଲିରେ ଦଳର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ। ଦଳ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ କଲ ମାଧ୍ୟମରେ ସାଧାରଣ ଜନତାଙ୍କ ମତାତତ ଲୋଡ଼ିଥିଲା ।

ଯେଉଁଠି ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଚରଣ ଜିତ ସିଂହ ଚନ୍ନୀଙ୍କ ନାମ ଆଗରେ ରହିଥିବାର ଦେଖିବାକୁ ମିଳିଥିଲା । ଏହା ପୂର୍ବରୁ ଆମ ଆଦମି ପାର୍ଟି ମଧ୍ୟ ଜନତାଙ୍କ ରାୟ ଅନୁସାରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ତେବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ଘୋଷଣା କରିବା ପୂର୍ବରୁ ସିଦ୍ଧୁଙ୍କ ଏପରି ବୟାନ ପଞ୍ଜାବ ରାଜନୀତିକୁ ବେଶ ଚଳଚଞ୍ଚଳ କରିଦେଇଛି । କାହିଁକିନା ଦୀର୍ଘଦିନ ଧରି ଚନ୍ନୀ ଓ ସିଦ୍ଧୁଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ବିବାଦ ଲାଗିରହିଥିଲା । ଏପରିକି ପରସ୍ପର ୁଉଭୟଙ୍କୁ ନେଇ ବଡ଼ ବୟାନ ମଧ୍ୟ ଦେଇଥିବାର ଦେଖିବାକୁ ମିଳିଥିଲା । ସେହିପରି କିଛି ଦିନ ପୂର୍ବରୁ ଦଳୀୟ କନ୍ଦଳ ଯୋଗୁଁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଦଳରେ ଚରଣ ଜିତ ସିଂହ ଚନ୍ନୀ ନୂତନ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେହି ସମୟରେ ମଧ୍ୟ ସିଦ୍ଧୁଙ୍କ ବୟାନବାଜି ଏପରି ରହିଥିଲା । ତେଣୁ ଏଥର ଦେଖିବାର ଅଛି କଂଗ୍ରେସ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେଉଛନ୍ତି ।

Related Posts