ଭୁବନେଶ୍ୱର,୧/୧୦(ସତ୍ୟପାଠ ବ୍ୟୁରୋ): ଇଭିଏମ ଟାମ୍ପରିଂ ଅଭିଯୋଗ ମାମଲାରେ ବିଜେଡିର ରାଉରକେଲା ବିଧାୟକ ସାରଦା ନାୟକଙ୍କ ନାଁରେ ଥିବା ମାମଲା ନେଇ ଓଡ଼ିଶା ହାଇକୋର୍ଟ ଆଜି ଶୁଣାଣି କରିଛନ୍ତି। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଉତ୍ତର ରଖିବାକୁ ସାରଦା ନାୟକଙ୍କୁ ନୋଟିସ୍ ଜାରି କରିଛନ୍ତି। ୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି।
୧୯ ନଭେମ୍ବର ମାମଲାର ପରବର୍ତ୍ତୀ ଶୁଣାଣି ହେବ। ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ ନେଇ ଅନ୍ୟ ଏକ ମାମଲାରେ ସାରଦା ନାୟକଙ୍କୁ ଉତ୍ତର ରଖିବାକୁ ୨୯ ଅକ୍ଟୋବର ଶେଷ ସୁଯୋଗ ବୋଲି କୋର୍ଟ କହିଛନ୍ତି।
ଗତ ସାଧାରଣ ନିର୍ବାଚନ ପରେ ମତଦାନ ଗଣତି କେନ୍ଦ୍ରରେ ସାରଦାଙ୍କ ଇଙ୍ଗିତରେ ଇଭିଏମ୍ ଟାମ୍ପରିଂ ହୋଇଥିବା ନେଇସ୍ଥାନୀୟ ଭୋଟର ରାଧେଶ୍ୟାମ ଯାଦବ ଅଭିଯୋଗ ଆଣିଥିଲେ। ଆବେଦନକାରୀ ଏହି ଅଭିଯୋଗ ସଂକ୍ରାନ୍ତୀୟ ସିସିଟିଭି ଫୁଟେଜ ଓ ଫଟୋ ମଧ୍ୟ କୋର୍ଟରେ ଦାଖଲ କରିଛନ୍ତି।