କେନ୍ଦୁଝରରେ ଇଭିଏମ୍ ଟାମ୍ପରିଂ ଉଦ୍ୟମ ଅଭିଯୋଗ

ସତ୍ୟପାଠ ବ୍ୟୁରୋ : କେନ୍ଦୁଝରରେ ଇଭିଏମ୍ ରଖାଯାଇଥିବା ଓଏସ୍ଏମ୍ଇ ସ୍କୁଲ ପରିସରରୁ ସନ୍ଦିଗ୍ଧ ଯୁବକଙ୍କୁ ଧରିଛନ୍ତି ବିଜେପି କର୍ମୀ । ଗତାକାଲି ମଧ୍ୟରାତ୍ରୀରେ କିଛି ଅପରିଚିତ ଲୋକଙ୍କ ସହ ସନ୍ଦିଗ୍ଧ ଯୁବକ ସ୍କୁଲ ପରିସରରେ ବୁଲୁଥିବା ବେଳେ ବିଜେପି କର୍ମୀ ଯୁବକଙ୍କୁ କାବୁ କରିଥିଲେ । ତେବେ ଏହି ସମୟରେ ୪ଜଣ ଅପରିଚିତ ବ୍ୟକ୍ତି ଘଟଣାସ୍ଥଳକୁ ଦୌଡି ପଳାଇଥିବା କୁହାଯାଉଛି ।

ବିଜେପି କର୍ମୀଙ୍କ କହିବା କଥା କାଳେ ଇଭିଏମ୍ ଟାମ୍ପରିଂ ହେବ ଆଶଙ୍କା କରି ସେମାନେ ଷ୍ଟ୍ରଙ୍ଗ ରୁମ ଉପରେ କଡା ନଜର ରଖିଥିଲେ । ଶୁକ୍ରବାର ରାତି ପ୍ରାୟ ୧୨ଟା ୧ଟା ଭିତରେ କିଛି ଲୋକ ସ୍କୁଲ ପରିସରରେ ବୁଲାବୁଲି କରୁଥିବା ସେମାନେ ଦେଖିବା ପରେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଘଟଣାକ୍ରମରେ ଆଶାପ୍ରଦୀପ ମହାନ୍ତି ନାମକ ଜଣେ ଯୁବକଙ୍କୁ ସେମାନେ ଧରିବାରେ ସକ୍ଷମ ହୋଇଥିଲେ । ଆଶା ପ୍ରଦୀପ ଜଣେ ଇଂଜିନିୟର ଓ ସେ ସ୍କୁଲ ଆଡମିନିଷ୍ଟ୍ରେସନ ଅନୁମତିରେ ସେଠାରେ ରହୁଥିବା କହିଛନ୍ତି । ପୁଲିସ ତାଙ୍କୁ ଥାନାକୁ ନେଇ ପଚରାଉଚୁରା କରୁଥିବା ବେଳେ ଷ୍ଟ୍ରଙ୍ଗରୁମର ସୁରକ୍ଷା ଦାବୀ କରି ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେଇଛି ବିଜେପି ।

ସବୁଠୁ ବଡ କଥା ହେଲା, ଇଭିଏମ୍ ରହୁଥିବା ଷ୍ଟ୍ରଙ୍ଗ ରୁମ କୁ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବା କଥା । ତାହା ସେଠାରେ ହୋଇଥିଲା କି ନାହିଁ । ଯଦି ହୋଇଥିଲା, ତେବେ କଡା ବ୍ୟବସ୍ଥା ସତ୍ୱେ ସନ୍ଦିଗ୍ଧ ଯୁବକ ଓ ବିଜେପି କର୍ମୀ ସେହି ପରିସରକୁ ପଶି ପାରିଲେ କେମିତି ?

Related Posts