ଅଡୁଆରେ ପୂର୍ବତନ କ୍ରିକେଟର ମୁନାଫ ପଟେଲ: ତଣ୍ଡ ଗଣିଲେ ୫୨ ଲକ୍ଷ, ୨ଟି ବ୍ୟାଙ୍କ ଆକାଉଣ୍ଟ୍ ଜବତ

ଭୁବନେଶ୍ୱର୧୭/୧୨(ସତ୍ୟପାଠ ବ୍ୟୁରୋ): ଅଡୁଆରେ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ମୁନାଫ ପଟେଲ। ତଣ୍ଡ ଗଣିଲେ ୫୨ ଲକ୍ଷ ଟଙ୍କା । ଏହାସହିତ ଉତ୍ତରପ୍ରଦେଶ ରିଅଲ ଇଷ୍ଟେଟ୍ ରେଗୁଲେଟରି ଅଥରଟି ତାଙ୍କର ୨ଟି ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଜବତ କରିଛି । ରିକଭରି ସାର୍ଟିଫିକେଟ୍ ଆଧାରରେ ଗୌତମ ବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ପୂର୍ବତନ ଅନ୍ତରାଷ୍ଟ୍ରୀୟ କ୍ରିକେଟର ତଥା ଫାଷ୍ଟ ବୋଲର ମୁନାଫ୍ ପଟେଲଙ୍କ ୨ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି ଓ ୫୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି ।

ମୁନାଫଙ୍କ ବିଲ୍ଡର କମ୍ପାନୀ ନିବାସ ପ୍ରମୋଟର୍ସ ପ୍ରାଇଭେଟ ଲିମିଟେଡ୍ ଦ୍ୱାରା ନିବେଶକମାନଙ୍କୁ ଟଙ୍କା ନଫେରାଯିବା ଅଭିଯୋଗ ଆଧାରରେ ଯୁପି ରେରା ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ମୁନାଫା କମ୍ପାନୀର ନିର୍ଦ୍ଦେଶକ ଅଛନ୍ତି ।

ସୂଚନା ଅନୁସାରେ, ୟୁପି ରେରା ଉପରେ ଏବେ ବି ବିଲ୍ଡରଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଦେବାକୁ ହେବ । ଏନେଇ ୪୦ରୁ ଅଧିକ ଆରସି ଜାରି ହୋଇସାରିଛି । ବକେୟା ପୈଠ ନହେବାରୁ ପ୍ରଶାସନିକ ଟିମ୍ କମ୍ପାନୀ ନିର୍ଦ୍ଦେଶକଙ୍କ ସମ୍ପତ୍ତି ଜବତ କରିବା ଆରମ୍ଭ କରିଛି ।

Related Posts