ପୂର୍ବତନ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ ୧୮ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଭାରତୀୟ ଟିମର ପୂର୍ବତନ କ୍ରିକେଟର ଏସ୍ ଶ୍ରୀସନ୍ଥଙ୍କ ନାମରେ କେରଳରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗରେ ଉଲ୍ଲେଖ ରହିଛି କି, ଏସ୍ ଶ୍ରୀସନ୍ଥ ଓ ଅନ୍ୟ ଦୁଇଜଣ ଏକ କ୍ରିକେଟ ଏକାଡେମୀ ଖୋଲିବା ନାମରେ ୧୮.୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

କେରଳର ଚୁଣ୍ଡାରେ ରହୁଥିବା ଅଭିଯୋଗକାରୀ ଅଭିଯୋଗ କରିଛନ୍ତି କି, ରାଜୀବ କୁମାର ଓ ଭେଙ୍କେଟେସ୍ କିନି ୨୦୧୯ ଏପ୍ରିଲ ୨୫ ତାରିଖରେ ତାଙ୍କ ଠାରୁ ୧୮.୭୦ ଲକ୍ଷ ଟଙ୍କା ନେଇଥିଲେ । ସେମାନେ ପ୍ରତିଶ୍ରୁତି ଦେଇଥିଲେ କି, ଏହି ଟଙ୍କାରେ କର୍ଣ୍ଣାଟକର କୋଲ୍ଲୁର ଜିଲ୍ଲାରେ ଏକ କ୍ରିକେଟ ଏକାଡେମୀ ଖୋଲିବେ । ରାଜୀବ ଓ ଭେଙ୍କେଟସଙ୍କ କମ୍ପାନୀରେ ଶ୍ରୀସନ୍ଥଙ୍କର ଭାଗିଦାରୀ ରହିଛି ।

ଅଭିଯୋଗକାରୀ ସରୀଣ ଗୋପାଳନ କହିଛନ୍ତି କି ଏକାଡେମୀରେ ଭାଗିଦାରୀ ହେବାର ସୁଯୋଗ ଓ ଲୋଭରେ ପଡି ସେ ନିବେଶ କରିଥିଲେ । ଏନେଇ ଶ୍ରୀସନ୍ଥ ଓ ଅନ୍ୟ ସାଥୀଙ୍କ ଉପରେ ଆଇପିସିର ଧାରା ୪୨୦ କ୍ରମରେ ମାମଲା ରୁଜୁ ହୋଇଛି ।

Related Posts