ବିଧାୟକ ଟିକେଟ କଟିବା ଭୟରେ ଆଶାୟୀଙ୍କୁ ବଟିକା କାହାଣୀ ଶୁଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ

ଭୁବନେଶ୍ୱର,୧/୬(ସତ୍ୟପାଠ ବ୍ୟୁରୋ): ସଂଯୁକ୍ତା ମହଲ ମାମଲାରେ ଛନ୍ଦିହୋଇ ମନ୍ତ୍ରୀ ମଣ୍ଡଳରୁ ବିଦା ହେବାପରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ପ୍ରାର୍ଥୀତ୍ବକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଆଗାମୀ ୨୦୨୪ ନିର୍ବାଚନରେ ଦଳ ତାଙ୍କୁ ପୁନର୍ବାର ପ୍ରାର୍ଥୀ କରିବ ନା ନୂତନ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇବ ସେ ନେଇ ପୋଲସରା ରେ ବିଜେଡି ରାଜନୀତି ସରଗରମ ହେବାରେ ଲାଗିଛି।

ଶ୍ରୀକାନ୍ତଂକ ଟିକେଟ କଟିବା ଆଲୋଚନା ଯେତିକି ବଢୁଛି ଏହି ବାହାନାରେ ପୋଲସରାରେ ବିଜେଡି ଅଶାୟୀଙ୍କ ସଂଖ୍ୟାବି ବଢ଼ିବାରେ ଲାଗିଛି। ଦୀର୍ଘବର୍ଷ ଧରି ଦଳୀୟ ସଂଗଠନ ପାଇଁ କାର୍ଯ୍ୟ କରିଥିବା ଅନେକ ଆଗ ଧାଡ଼ିର ସଂଗଠକ ବର୍ତ୍ତମାନ ଦଳୀୟ ଟିକେଟ ପାଇଁ ଲାଗିପଡିଥିବା ଦେଖାଯାଉଛି। ଆଶାୟୀ ମାନେ ବିଧାୟକଙ୍କ ପ୍ରାର୍ଥୀତ୍ବକୁ ଖୋଲା ଖୋଲି ବିରୋଧ ନକରିଲେ ମଧ୍ୟ ନିଜର ପ୍ରାର୍ଥୀତ୍ବ ସମ୍ଭାବନାକୁ ଲୋକଙ୍କ ଆଗରେ ପ୍ରଚାର କରୁଥିବା ଦେଖା ଯାଇଛି ।

ଯେଉଁନେତାଂକୁ ନେଇ ଚର୍ଚା ଜେର ଧରିଛି ସେମାନେ ହେଲେ ଆରତୀ ଦେବୀ ପୂର୍ବତନ ସରପଞ୍ଚ ଢୁଙ୍କାପଡା ପଞ୍ଚାୟତ, କିଶୋର ବେହେରା ପୂର୍ବତନ ବ୍ଲକ ଅଧ୍ୟକ୍ଷ ବୁଗୁଡା, ଅଶୋକ ବିଷୋୟୀ, ଜିଲ୍ଲା ପରିଷଦ ସଦସ୍ୟ ଓ ପ୍ରଫୁଲ୍ଲ କୁମାର ପ୍ରଧାନ ପୂର୍ବତନ NAC ଅଧ୍ୟକ୍ଷ। ଶ୍ରୀକାନ୍ତଂକ ବିକଳ୍ପ ରେସରେ ଏବେ ଏହି ୪ ଜଣଂକ ନାଁ ଆଗରେ ଅଛି।

ସେପଟେ ଶ୍ରୀକାନ୍ତ ନିଜ ହାତରୁ ବାଜି ଖସାଇବାକୁ ନାରାଜ। ନିର୍ବାଚନମଣ୍ଡଳୀରେ ଏକ ଦଳୀୟ ସଭାରେ ଟିକେଟ ଅଶାୟୀଙ୍କ ପ୍ରତି ବିଧାୟକଂକ କଟାକ୍ଷ ଏବେ ମୁଖ୍ୟ ପ୍ରସଂଗ ହୋଇଛି। ମନ୍ତ୍ରୀପଦ ଯିବା ପରେ ପ୍ରଥମଥର ପାଇଁ ଏକ ବିଶାଳ କର୍ମୀ ସମ୍ମିଳନୀ କରି ଶକ୍ତି ପ୍ରଦର୍ଶନ କରିଥିଲେ ବିଧାୟକ । ଭରା ସଭା ମଞ୍ଚରେ ଅନ୍ୟ ଅଶାୟୀଙ୍କ ଉପସ୍ଥିତିରେ ନିଜକୁ ନିର୍ଦୋଷ ବୋଲି କହିବା ସହିତ ଯେଉଁମାନେ ଗତ କିଛିଦିନ ହେବ ବିଧାୟକ ବଟିକା ଖାଇବା ଆରମ୍ଭ କରିଛନ୍ତି ସେମାନେ ବଟିକା ଖାଇବା ଛାଡି ଦିଅନ୍ତୁ ବୋଲି ଅଶାୟୀଙ୍କୁ ପରିହାସ କରିବା ସହ ପରୋକ୍ଷରେ ଚେତାବନୀ ଦେଇଛନ୍ତି ବିଧାୟକ ଶ୍ରୀକାନ୍ତ ସାହୁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ହିଁ କେବଳ ବଟିକା ଦେଇଛନ୍ତି। ଆଗାମୀ ୨୦୨୪ ରେ ନବୀନ ବାବୁ ମୋତେ ନ୍ୟାୟ ଦେବେ ବୋଲି କହିଛନ୍ତି ଶ୍ରୀକାନ୍ତ।

ତେବେ ରୋଚକ କଥାଟି ହେଲା ଏପଟେ ଟିକଟ କଟିବା ଭୟରେ ଶ୍ରୀରାନ୍ତ ସର୍ବସାଧରଣରେ କନ୍ଦାକଟା କରୁଛନ୍ତି ସେପଟେ ଆଶୀୟୀଂକୁ ବାହାସ୍ପୋଟ ମାରିବାକୁ ଯାଇ ବଟିକା କାହାଣୀ ଶୁଣାଉଛନ୍ତି। ମାତ୍ର ବିଜେଡିରେ ସମସ୍ତଂକୁ ଜଣା ଯେ ନବୀନ ବାବୁଂକ ମାୟା ନାରାୟଣଂକୁ ବି ଅଜଣା।

Related Posts