ଭଦ୍ରକରେ ଭୋଟ ଗଣତିବେଳେ ଉତ୍ତେଜନା; ଦୁଇ କାଉଣ୍ଟିଂ ଏଜେଣ୍ଟ ମୁହାଁମୁହିଁ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଚାୟତ ନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଚାଲିଛି । ଏହା ସହ ଆଜି ଭୋଟ ଗଣତି ପ୍ରକ୍ରିୟା ତୃତୀୟ ଦିନରେ ପହଞ୍ଚିଛି । ଏଥର ଶାସକ ବିଜେଡି ସାରା ରାଜ୍ୟରେ ବାଜି ମାରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଭଦ୍ରକରେ ଭୋଟ ଗଣନା ସମୟରେ ଉତ୍ତେଜନା ଦେଖାଦେଇଥିବାର ସୂଚନା ମିଳିଛି । ତେବେ ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟରେ ଭୋଟ ଗଣିତ ହେଉଥିବା ବେଳେ ଉତ୍ତେଜନା ଦେଖାଦେଇଛି । ଗଣତି ହଲ୍ରେ ୨ ଗୋଷ୍ଠୀର କାଉଣ୍ଟିଂ ଏଜେଣ୍ଟ ମଧ୍ୟରେ ଧସ୍ତାଧସ୍ତି ହୋଇଛନ୍ତି ।

ପୋଲିସ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ସୁଧାରିବାକୁ ଉଦ୍ୟମ କରିଥିଲା । ପରେ କିଛି ସମୟ ପରେ ପୋଲିସ ଉଦ୍ୟମରେ ପରିସ୍ଥିତି ସ୍ୱାଭାବିକ ହୋଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଚଳିତଥର ପଞ୍ଚାୟତ ନିର୍ବାଚନରେ ମଧ୍ୟ ଅନେକ ସ୍ଥାନମାନଙ୍କରେ ଉତ୍ତେଜନା ଦେଖାଦେଇଥିଲା । ଏପରିକି ଉତ୍ତେଜନା ଫଳରେ ଅନେକ ସ୍ଥାନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ।

Related Posts