ଋଷ ଓ ୟୁକ୍ରେନ ରେ ଲାଗିରହିଥିବା ଯୁଦ୍ଧ ମଧ୍ୟରେ ଏକ ଆଶ୍ବସ୍ତ କର ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍‌ର ରାଜଧାନୀ କିଭ୍‌ରୁ ହଟିଲା ସପ୍ତାହାନ୍ତ କର୍ଫ୍ୟୁ । ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତର କରିବା ପାଇଁ ୟୁକ୍ରେନ୍‌ ସ୍ୱତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ଆରମ୍ଭ କରିଛି। ସେପଟେ ସେଠାରେ ଫସି ରହିଥିବା ଭାରତୀୟ ଛାତ୍ରଛାତ୍ରୀମାନେ ମଧ୍ୟ ରେଲୱେ ଷ୍ଟେସନକୁ ଯାଇ ସହର ଭିତରୁ ବାହାରି ପାରିବେ। ସମସ୍ତ ଛାତ୍ରଛାତ୍ରୀଙ୍କୁ ପଶ୍ଚିମ ଭାଗ ଆଡକୁ ଯିବା ଲାଗି ରେଲୱେ ଷ୍ଟେଷସନକୁ ଯିବା ପାଇଁ ପରାମର୍ଶ ଦିଆଯାଇଛି।

ଦୀର୍ଘ ୨ ଦିନ ପରେ ଟ୍ୟାକ୍ସିଗୁଡିକ ରାସ୍ତା ଉପରେ ସ୍ୱାଭାବିକ ଭାବେ ଚଳାଚଳ କରୁଛି । ଜନଶୂନ୍ୟ ହୋଇପଡିଥିବା କିଭ୍‌ରେ ଲୋକଙ୍କ ଚଳପ୍ରଚଳ ଆରମ୍ଭ ହୋଇଛି। ଅନ୍ୟପଟେ ଲୋକେ ଷ୍ଟେସନରେ ପହଞ୍ଚିବା ପାଇଁ ୭ କିଲୋମିଟର ରାସ୍ତା ଚାଲିଚାଲି ଅତିକ୍ରମ କରୁଛନ୍ତି। ସେପଟେ ୟୁକ୍ରେନ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ଯେ, ‘ଭାରତୀୟ ଛାତ୍ରଛାତ୍ରୀକୁ ଉଦ୍ଧାର କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ରେଲୱେ ଷ୍ଟେସନରୁ ୟୁକ୍ରେନର ପଶ୍ଚିମ ଭାଗ ଯାଏଁ ଏହି ଟ୍ରେନ୍‌ ଯିବ। କିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ ହଟାଇ ଦିଆଯାଇଛି।’