ମହଙ୍ଗା ପଡିଲା ପ୍ରେମ: ଧରାପଡିବାରୁ ପ୍ରେମିକକୁ ଛେପ ଚଟାଇଲେ ଗ୍ରାମବାସୀ

ପାଟନା: ପାଟନା ସମସ୍ତିପୁର ଜିଲ୍ଲାର ବିଭୂତିପୁର ବ୍ଲକ ଚାଖିବ ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ଯୁବତୀଙ୍କୁ ପ୍ରେମ କରିବା ଯୁବକଙ୍କୁ ମହଙ୍ଗା ପଡ଼ିଛି ।ପ୍ରେମକରି ଧରାପଡିବାରୁ ଛେପ ଚଟାଇଛନ୍ତି ଗ୍ରାମବାସୀ । ପ୍ରେମିକକୁ ଗ୍ରାମବାସୀଙ୍କ ସମ୍ମୁଖରେ ପାଞ୍ଚଥର ଛେପ ଚଟାଯାଇଛି । ଏହାସହ ଗ୍ରାମ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ତାଲିବାନୀ ଦଣ୍ଡର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଥାନା ଅଧିକାରୀଙ୍କ ହସ୍ତକ୍ଷେପ ହୋଇଥିବା ନେଇ ଥାନାଧିକାରୀ ସନ୍ଦୀପ ପାଲ କହିଛନ୍ତି । ମାମଲାର ତଦନ୍ତ ଚାଲିଛି, ଭିଡିଓ ଆଧାରରେ ଲୋକଙ୍କୁ ଚିହ୍ନିତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧୀକ୍ଷକ ସୂଚନା ଦେଇଛନ୍ତି ।

ଉଜିଆରପୁର ପୋଲିସ ଷ୍ଟେସନ ପରିସରରେ ଥିବା ମେହସାରୀ ଗାଁର ଜଣେ ଯୁବକ ଚକହବିବ ଗ୍ରାମର ଏକ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଦିନେ ପ୍ରେମିକ ଜଣକ ପ୍ରେମିକାକୁ ଛାଡିବା ପାଇଁ ଚକହବିବ ଗ୍ରାମକୁ ଯାଇଥିଲେ । ଗ୍ରାମବାସୀ ଏହା ଦେଖି ଯୁବକଙ୍କୁ କାବୁ କରିଥିଲେ । ପ୍ରଥମେ ବାନ୍ଧି ମାଡମାରିବା ସହ ପଞ୍ଚାୟତ କରିଥିଲେ । ଏହା ପରେ ପାଞ୍ଚଥର ଭୂମି ଉପରେ ଛେପ ପକାଇ ଚଟାଇଥିଲେ । ତେବେ କେଉଁଦିନର ଏହି ଘଟଣା ସେନେଇ କୌଣସି ସୂଚନା ନଥିବାବେଳେ, ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପଞ୍ଚାୟତରେ କିଛି ଲୋକ ପୁରା ଘଟଣାର ଏକ ଭିଡିଓ କରିଥିଲେ । ରବିବାର ସନ୍ଧ୍ୟା ଠାରୁ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ ଭାଇରାଲ ହେବା ପରେ ଯୁବକ ଜଣକ ଗାଁ ଛାଡି ଚାଲିଯାଇଥିବା ସୂଚନା ରହିଛି । ଭାଇରାଲ ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ବାରମ୍ବାର ଭୂମି ଉପରେ ଛେପ ପକାଇ ଚାଟିବାକୁ ବାଧ୍ୟ କରାଯାଉଛି । ଏ ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ଭାଇରାଲ୍ ଭିଡିଓ ଉପଲବ୍ଧ ହୋଇଥିବାର SHO ସନ୍ଦୀପ ପାଲ କହିଛନ୍ତି । ମାମଲାର ତଦନ୍ତ ଚାଲିଛି । ଭିଡିଓ ଆଧାରରେ ଲୋକଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଅଧିକାରୀ ।

Related Posts