ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ ଅଘଟଣ । ବାଣ ତିଆରି ବେଳେ ଘଟିଛି ବିସ୍ଫୋରଣ। ଫଳରେ ଏହି ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଛି । ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଖବର ଅନୁଯାୟୀ, ନିଜ ଘରର ଛାତ ଉପରେ ବାଣ ଭିଡୁଥିବା ବେଳେ ଫୁଟିଗଲା । ଏଥିରେ ଖଲ୍ଲିକୋଟ କରଣ ସାହିର ୩୦ବର୍ଷୀୟ ଜିତେନ୍ଦ୍ର ପ୍ରଧାନଙ୍କ ମୃତ୍ୟୁ ହୋଇଛି । ରାମାୟଣ ନାଟକ ପାଇଁ ଜିତେନ୍ଦ୍ର ବାଣ ଭିଡୁଥିଲେ । ଏହି ଘଟଣା ନେଇ ଖଲ୍ଲିକୋଟ ପୋଲିସ ତଦନ୍ତ ଜାରି ରଖିଛି ।
