ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପରୁ ମିଳିବ ଅସ୍ବସ୍ତି: ଆସନ୍ତା ତିନି ଦିନ ପାଇଁ ଦିଲ୍ଲୀ, ୟୁପି, ପଞ୍ଜାବ ଏବଂ ହରିୟାଣାରେ ଝଡବର୍ଷା ସମ୍ଭାବନା

ନୂଆଦିଲ୍ଲୀ : ପ୍ରଚଣ୍ଡ ଗ୍ରୀଷ୍ମ ଉତ୍ତାପରେ ଅସ୍ତବ୍ୟସ୍ତ ଜନଜୀବନ | ତାସଂଗକୁ ଝାଂଜି ପବନରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ | ତେବେ ଆଗକୁ ଏହି ପ୍ରଚଣ୍ଡ ଖରାରୁ ମିଳିବ ଅସ୍ବସ୍ତି | ପାଣିପାଗର ହେବାକୁ ଯାଉଛି ପରିବର୍ତ୍ତନ | ସୋମବାର ଠାରୁ ଆଗାମୀ କିଛି ଦିନ ପାଇଁ ବଙ୍ଗୋପସାଗରରୁ ଆସୁଥିବା ଆର୍ଦ୍ର ବାୟୁ ଉତ୍ତର ଭାରତକୁ ଆଶ୍ୱସ୍ତି ଆଣିଦେବ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଆସନ୍ତା ତିନି ଦିନ ପାଇଁ ଦିଲ୍ଲୀ, ୟୁପି, ପଞ୍ଜାବ ଏବଂ ହରିୟାଣାରେ ଝଡବର୍ଷା ହେବାର ସମ୍ଭାବନା ରହିଛି ।

ଅନେକ ସ୍ଥାନରେ ବର୍ଷା ସହ ବଜ୍ରପାତ ହେବା ସୂଚନା ରହିଛି । କେତେକ ଅଞ୍ଚଳରେ ଘଣ୍ଟାପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିପାରେ । ଏହାରି ଭିତରେ ଦେଶର ଉତ୍ତର-ପଶ୍ଚିମ ଅଞ୍ଚଳରେ ଏମିତି ପାଗ ଲାଗି ରହିବ । ଗାଙ୍ଗେୟ ଉପତ୍ୟକା ଅଞ୍ଚଳରେ ଉତ୍ତାପ ରିଛି ମାତ୍ରାରେ ଆଶ୍ୱସ୍ତି ମିଳିବ । ପାଣିପାଗର ଏହି ପରିବର୍ତ୍ତନ ଯୋଗୁଁ, ଉତ୍ତର-ପଶ୍ଚିମ ଅଞ୍ଚଳରେ ଆଗାମୀ ଦୁଇ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇପାରେ ।

ପାଣିପାଗ ବିଭାଗ କହିଛି ଯେ ବଙ୍ଗୋପସାଗର ଏବଂ ଉତ୍ତର-ପୂର୍ବ ଦିଗରୁ ଆସୁଥିବା ପବନ ହେତୁ ଆସନ୍ତା ୫ ଦିନ ଯାଏଁ ବିହାର, ଝାଡଖଣ୍ଡ, ବଙ୍ଗଳା ଏବଂ ଓଡିଶାରେ ପ୍ରବଳ ବଜ୍ରପାତ ସହ ବର୍ଷା ହୋଇପାରେ । ଆଇଏମଡି କହିଛି ଯେ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ଜାମ୍ମୁ କାଶ୍ମୀରରେ ପ୍ରବଳ ପବନ ଜୋରରେ ବୋହିବାର ସମ୍ଭାବନା ରହିଛି । ହାଲୁକା ରୁ ମଧ୍ୟମ ବର୍ଷା ମଧ୍ୟ ହୋଇପାରେ ।

ଏହା ପରେ, ମେ ୩ ଏବଂ ୪ରେ କେତେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ଏମିତିକି ସ୍ଥାନେ ସ୍ଥାନେ କୁଆପଥର ମଧ୍ୟ ପଡିପାରେ । ପ୍ରବଳ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ଅଛି । ବଙ୍ଗୋପସାଗରରୁ ପବନ ବହିବା କାରଣରୁ ଉତ୍ତର-ପୂର୍ବ ଭାରତ ଏବଂ ସବ୍-ହିମାଳୟ, ସିକ୍କିମରେ ଆସନ୍ତା ୫ଦିନ ପାଇଁ ବଜ୍ରପାତ ହେବାର ସମ୍ଭାବନା ରହିଛି ।

କେତେକ ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେବ । ଅନ୍ୟପକ୍ଷରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଚକ୍ରବାତୀ ତୋଫାନର ସୃଷ୍ଟି ହେଉଛି । ଯେଉଁଥିପାଇଁ ପ୍ରବଳ ପବନ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି । ସ୍କାଏମେଟ୍ ପାଣିପାଗ ଅନୁଯାୟୀ, ପାଶ୍ଚାତ୍ୟ ହିମାଳୟରେ ଏକ ନୂତନ ଲଘୁଚାପ ବଳୟ ,ସୃଷ୍ଟି ହୋଇଛି ।

ପଶ୍ଚିମ ଉତ୍ତରପ୍ରଦେଶରୁ ଗାଙ୍ଗେୟ ପଶ୍ଚିମବଙ୍ଗ ପର୍ଯ୍ୟନ୍ତ ଦକ୍ଷିଣ ବିହାର ଏବଂ ଉତ୍ତର ଝାଡଖଣ୍ଡ ଦେଇ ଏକ ଟ୍ରାଫ ଲାଇଲ ସୃଷ୍ଟି ହୋଇଛି । ଏହି ପାଣିପାଗ ଗତିବିଧିଗୁଡିକ ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରାକ୍ ମୌସୁମୀର କାର୍ଯ୍ୟ କରିବାରେ ସହାୟକ ହୋଇପାରେ ।

Related Posts