
ଗାନ୍ଧୀନଗର: ଗୁଜୁରାଟ ଜୁନାଗଡର ଗିର ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ | ଆଜି ସକାଳେ ଥରିଛି ଗୁଜୁରାଟର ଜୁନାଗଡ । ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 4.0 ରେକର୍ଡ କରାଯାଇଥିବା ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ତାଲାଲା(Talala) ଠାରୁ 15 କିଲୋମିଟର ଦୂରରେ ବୋଲି ଜଣାପଡିଛି ।
ଆଜି ସକାଳ ୭ଟା ସମୟରେ ଭୂକମ୍ପ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି । ଭୂକମ୍ପକୁ ନେଇ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ଅନେକ ବର୍ଷ ପରେ ଗିର୍ ଓ ତାଲାଲା (Gir and Talala)ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି ।