ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣ ବିଲକୁ ନେଇ ସାରା ଦେଶର ରାଜନୀତି ବେଶ୍ ସରଗରମ । ଏହା ମଧ୍ୟରେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଯାଜପୁରରେ ଏକ ମିଶ୍ରଣ କାର୍ଯ୍ୟକ୍ରମରେ ପ୍ରଣବ କହିଛନ୍ତି, ୨୦୨୩ ମସିହାରୁ ସମସ୍ତ ରାଜନୈତିକ ଦଳ ସହଯୋଗରେ ମହିଳା ସଂରକ୍ଷଣ ବିଲ ପାରିତ ହୋଇସାରିଛି । ମାତ୍ର ଲୋକଙ୍କୁ ଭୁଆଁ ବୁଲାଇ ମିଛରେ ପ୍ରଧାନମନ୍ତ୍ରୀ ମୋଦୀ ଜି ଏବଂ ତାଙ୍କ ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ଗତକାଲି ଯାଜପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ଦଶରଥପୁର ବ୍ଲକ ଅହିୟାସଠାରେ ଏକ ମିଶ୍ରଣ ପର୍ବ ଅବସରରେ ଏପରି କହିଥିଲେ ପ୍ରଣବ ପ୍ରକାଶ ଦାସ । ଏହା ସହ ବାଲି, ମାଟି, ପଥର ଲୁଟ ପାଇଁ ଯାଜପୁର ଜିଲ୍ଲା ନିନ୍ଦିତ । ଗତ ୨ ବର୍ଷ ମଧ୍ୟରେ ବିଜେପି ଵାଲା ଜିଲ୍ଲାକୁ କେଉଁ ନୂଆ ପ୍ରକଳ୍ପ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି । ବର୍ତ୍ତମାନ ଯାଜପୁରକୁ ବିଜେପି ଵାଲା ନିନ୍ଦିତ କରୁଛନ୍ତି । ମାଟି, ବାଲି, ପଥର ଲୁଟରେ ସର୍ବାଧିକ ହେଉଛି । କୋରେଇରେ ତହସିଲଦାରଙ୍କୁ ଗାଡି ଚଢ଼ାଇଦେବାଠାରୁ ଆରମ୍ଭ କରି ଅତିରିକ୍ତ ଡ଼ିଡ଼ିଏମଙ୍କୁ ଆକ୍ରମଣ ପର୍ୟ୍ୟନ୍ତ ଲୁଟ ପାଇଁ କରାଯାଉଛି । ନିର୍ବାଚନ ସମୟରେ ଲୋକଙ୍କ ଦିଆଯାଇଥିବା ପ୍ରତିଶୃତି କିଛି ପୂରଣ ହୋଇନାହିଁ ବୋଲି ପ୍ରଶ୍ନ କରିଥିଲେ ବବି ଦାସ । ସୁଭଦ୍ରା ଯୋଜନାରେ ମହିଳାଙ୍କ ନାମ କଟା ଯାଉଛି । ଗୋଷ୍ଠୀ ମହିଳାଙ୍କୁ ଲୋନ ମିଳୁନାହିଁ, ଗ୍ୟାସ, ତେଲ ଦର ବୃଦ୍ଧି, ମାଗଣା ବିଜୁଳି ନମିଳିବା, ଭତ୍ତା ଟଙ୍କା ବଢ଼ା ନଯିବା, ୨ ବର୍ଷ ହେବ ଆବାସ ବଣ୍ଟନ ନହେବା ଆଦି ଲୋକଙ୍କ ହଇରାଣ କରାଯାଉଛି ବୋଲି ପ୍ରଣବ ପ୍ରକାଶ ଦାସ ଅଭିଯୋଗ କରିଛନ୍ତି ।