ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳା ସଂରକ୍ଷଣ ବିଲକୁ ନେଇ ସାରା ଦେଶର ରାଜନୀତି ବେଶ୍ ସରଗରମ । କଂଗ୍ରେସ ଏହାକୁ ବିଜେପିର ମାଷ୍ଟରଷ୍ଟ୍ରୋକ କହୁଥିବାବେଳେ ବିଜେପି ସମସ୍ତ ବିରୋଧୀଙ୍କୁ ଟାର୍ଗେଟ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମରଙ୍କ ବଡ ବୟାନ ସାମ୍ନାକୁ ଆସିଛି । ତେବେ ଦେଶର ମହିଳାମାନଙ୍କୁ ଅପମାନ କରିଛି ଇଣ୍ଡି ମେଣ୍ଟ । ପାପ କରି ଉତ୍ସବ ପାଳନ କରିଛି ଇଣ୍ଡି ମେଣ୍ଟ । ଏଥିପାଇଁ ସାରା ଦେଶର ମହିଳା ଆକ୍ରୋଶିତ ଅଛନ୍ତି । ଏଥିପାଇଁ ମହିଳା ଆକ୍ରୋଶର ଶୀକାର ହେବେ ଇଣ୍ଡି ମେଣ୍ଟର ସଦସ୍ୟ । ଯିଏ ବି କଂଗ୍ରେସ ସହିତ ସହଯୋଗ କରିଛନ୍ତି ସେମାନେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ଦୋଷୀ । ରାଜ୍ୟସ୍ତରରେ ବଡ଼ ଆନ୍ଦୋଳନ ଏବଂ ରାଲି ହେବ, ଏହାପରେ ଜିଲ୍ଲା, ମଣ୍ଡଳ, ପଞ୍ଚାୟତ ଏବଂ ଗାଁକୁ ଯିବ ଏହି ଆନ୍ଦୋଳନ । ଆଗକୁ ମହିଳା ଏମାନଙ୍କ ସହିତ ରହିବେ ନାହିଁ । ଘେରାଉ ବି ହେବ, ମହିଳା ବିଦ୍ୟାଳୟ, ମହିଳା ବିଶ୍ୱ ବିଦ୍ୟାଳୟ ସବୁଠି ଆନ୍ଦୋଳନ ହେବ । ଇଣ୍ଡି ମେଣ୍ଟର ନେତାଙ୍କୁ କଳା ରଙ୍ଗର ପତାକା ଦେଖାଯିବ । ସବୁ ଜାଗାରେ ଏମାନଙ୍କ ବିରୋଧ ହେବ । ନିଷ୍ପତି ନିଆଯାଇଛି ଆଗାମୀ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ କାର୍ଯ୍ୟକ୍ରମ । ଗାଁକୁ ଆନ୍ଦୋଳନ ନେବାକୁ ରାଜ୍ୟ ବିଜେପି ପକ୍ଷରୁ ବଡ଼ ଯୋଜନା । ସବୁ ଜିଲ୍ଲାରେ ହଜାର ହଜାର ଲୋକ ମାର୍ଚ୍ଚ କରିବେ, ମଣ୍ଡଳରେ ମାର୍ଚ୍ଚ ହେବ । ସବୁ ମହିଳା ମାନେ ଆମ ସହିତ ରହିବେ ବୋଲି କହିଛନ୍ତି ।