ଗୁଜୁରାଟରେ ନକଲି ମଦ ମୃତ୍ୟୁ ଘଟଣା: ଦୁଇ ଏସପିଙ୍କୁ ବଦଳି, ୬ ପୋଲିସ ଅଧିକାରୀ ନିଲମ୍ୱିତ

ଗାନ୍ଧୀନଗର: ଗୁଜୁରାଟରେ ନକଲି ମଦ ମୃତ୍ୟୁ ଘଟଣା କୁ ନେଇ ପୋଲିସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଗୃହ ମନ୍ତ୍ରଣାଳୟ । ଗୁରୁବାର ଦୁଇ ଏସପିଙ୍କୁ ବଦଳି କରିବା ସହ ୬ ପୋଲିସ ଅଧିକାରୀଙ୍କୁ ନିଲମ୍ୱିତ କରିଛି । ନକଲି ମଦ ପିଇ ୪୨ ଜଣଙ୍କ ମୃତ୍ୟୁ ପରେ ଗୃହ ବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡିଛି।

ସୂଚନା ଅନୁସାରେ ବୋତଡ ଏସପି କରଣରାଜ ବାଘେଲା ଏବଂ ଅହମଦାବାଦ ଏସପରି ବୀରେନ୍ଦ୍ର ସିଂ ଯାଦବଙ୍କୁ ବଦଳି କରାଯାଇଛି। ଏହାସହ ଦୁଇ ଜଣ ଡେପୁଟୀ ଏସପି, ଜଣେ ସର୍କଲ ଇନସ୍ପେକ୍ଟର, ଜଣେ ପୋଲିସ ଇନସ୍ପେକ୍ଟର ଏବଂ ଦୁଇ ଜଣ ଏସଆଇଙ୍କୁ ନିଲମ୍ୱିତ କରାଯାଇଛି।

ବୋତଡ ଏବଂ ଏହାର ପଡୋଶୀ ଅହମଦାବାଦ ଜିଲ୍ଲାରେ ନକଲ ମଦ ପିଇ ବର୍ତ୍ତମାନ ସୁଦ୍ଧା ୪୨ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପଟେ ଏବେ ବି ୯୭ ଜଣ ଭାଭନଗର, ବୋତଡ ଏବଂ ଅହମଦାବାଦ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

Related Posts