
ଭୁବନେଶ୍ୱର: ଢେଙ୍କାନାଳରୁ ପ୍ରି ଆକ୍ଟିଭେଟେଡ ସିମ୍ ଜବତ ଘଟଣାରେ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ୍ ଭୋଡାଫୋନ, ବିଏସଏନଏଲ, ଜିଓ ସେବା ଯୋଗାଣକାରୀ କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରିଥିବା ବେଳେ, ଏହାରି ମଧ୍ୟରେ ଏକ ଚାଞ୍ଚଲ୍ୟ କର ଖବର ସାମ୍ନାକୁ ଆସିଛି |
ଲୋକସଭା ବାଚସ୍ପତିଙ୍କ ନାଁରେ ବି ନକଲି ସିମ କାରୀ ଅଭିଯୁକ୍ତ ମାନେ ଟଙ୍କା ଆଦାୟ କରୁଥିଲେ । ଏକକାଳୀନ ୧୯ ହଜାର ୬୪୧ ଆକ୍ଟିଭ ସିମ କାର୍ଡ ଜବତ ହେବା ପରେ କ୍ରାଇମବ୍ରାଞ୍ଚର ହୋସ ଉଡିଯାଇଛି । ସବୁଠାରୁ ବଡ କଥା ହେଲା ଅପରାଧୀମାନେ ସିମ କାର୍ଡ ବ୍ୟବହାର କରି ସାଂସଦଙ୍କୁ ଟଙ୍କା ମାଗିଛନ୍ତି । କେନ୍ଦ୍ରାପଡା ଅନୁଭବ ମହାନ୍ତିଙ୍କୁ ବି ଏଭଳି ଫୋନ ଆସିଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ନିଜେ ସାଂସଦ । ସବୁଠାରୁ ବଡ କଥା ହେଲା ଢେଙ୍କାନାଳରୁ ସିମ କାରବାରର ଲିଙ୍କ ସିଧାସଳଖ ନାଇଜେରିଆ ଅପରାଧୀଙ୍କ ଯାଏଁ ଲମ୍ବିଛି ।
– ବାଚସ୍ପତିଙ୍କ ଫଟୋ ବ୍ୟବହାର କରି ଅପରାଧୀ ହ୍ୱାଟ୍ସଅପ ଆକାଉଣ୍ଟରୁ ସାଂସଦମାନଙ୍କୁ ଟଙ୍କା ମାଗୁଥିଲେ
– ସଂପୃକ୍ତ ନମ୍ବର ତାଳବୋରକୋଟ ଅଞ୍ଚଳରୁ ଆକ୍ଟିଭ ହୋଇଥିଲା
– -ଦିଲ୍ଲୀ ଗୁଇନ୍ଦାବିଭାଗ ଓ ଦିଲ୍ଲୀ ପୁଲିସର ଖୋଳତାଡ
– ବିଦେଶକୁ ବି ଲମ୍ବିଛି ଛେର
– ମାମଲାର ମୁଖ୍ୟ କାର୍ପଟଦାର ଦୁଷ୍ମନ୍ତଙ୍କ ସମେତ ତାଙ୍କ ବାପା ଓ ଭାଇଙ୍କ ନାଁରେ ୭ ବ୍ୟାଙ୍କ ଆକାଉଣ୍ଟ ଓ ୩ ପେଟିଏମ ଆକାଂଉଟ
– ଜବତ ଆକାଉଣ୍ଟରୁ ୩୦ଲକ୍ଷ ଟଙ୍କାର କାରବାର
– ଅନ୍ୟ ଆକାଉଣ୍ଟରୁ କେତେ ଟଙ୍କାର ହୋଇଛି କାରବାର
– ଫେସବୁକରେ ଆକାଉଣ୍ଟ ଖୋଲି ଦୁଷ୍ମନ୍ତ ସିମ ନମ୍ବର ଓ ଆକାଉଣ୍ଟ ଯୋଗାଉଥିଲା
– ଟଙ୍କାର ପରିମାଣ କୋଟିଏ ହୋଇଥିବା ଆକାଳନ କରୁଛି କ୍ରାଇମବ୍ରାଞ୍ଚ
ସୂଚନାଯୋଗ୍ୟ, ଗତ ରବିବାର ସିମ୍ ଜାଲିଆତି କାରବାର ନେଇ ଏକ ରାକେଟ୍କୁ ଠାବ କରିଥିଲା କ୍ରାଇମବ୍ରାଞ୍ଚ । ଏହି ଗ୍ୟାଙ୍ଗକୁ ଠାବ କରିବା ପରେ ଜାତିଆତି ମାମଲାରେ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଠକମାନେ ବାଚସ୍ପତି ଓମ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଜାଲ ଆକାଉଣ୍ଟ ତିଆରି କରିଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିଛି ।
ପୋଲିସ ଗିରଫ ଅଭିଯୁକ୍ତ ମାନକଠାରୁ ୧୯ ହଜାର ୬୪୧ ଟି ଫ୍ରି ଆକ୍ଟିଭେଟ ସୀମ କାର୍ଡ ଓ ୪୮ ଟି ମୋବାଇଲ ଜବତ ହୋଇଛି । ଫ୍ରି ଆକ୍ଟିଭେଟ ସୀମ ମଧ୍ୟରୁ ମୁଖ୍ୟତଃ ଭୋଡାଫୋନ, ଜିଓ, ବିଏସସେନେଲ ସୀମ ରହିଛି ।
କେବଳ ଏତିକି ନୁହେଁ ବରଂ ତାଙ୍କ ପାଖରୁ ୧୪ ଲକ୍ଷ ୩୨ ହଜାର ନଗଦ ଟଙ୍କା ଜବତ ହୋଇଛି । ଭୋଟର କାର୍ଡ ଓ ଲ୍ୟାପଟପ ଅଭିଯୁକ୍ତଙ୍କ ପାଖରୁ ଜବତ କରାଯାଇଛି । ତିନି ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ମୋବାଇଲ ସୀମ ରି ଆକ୍ଟିଭେଟ କରୁଥିଲେ । ସେମାନେ ହେଲେ ସାଇ ପ୍ରକାଶ ଦାସ ଓ ଅବିନାସ ନାଏକ । ଏବଂ ଗ୍ରୁଫର ମୁଖ୍ୟ ଦୁଷ୍ମନ୍ତ କୁମାର ସାହୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲଟଫର୍ମରେ ଏକ ଗ୍ରୁଫ ତିଆରି କରିଥିଲେ ଏବଂ ସେଥିରେ ମୋବାଇଲ ନମ୍ବରକୁ ରି ଆକ୍ଟିଭେଟ କରି ସେୟାର କରୁଥିଲେ । ଆଉ ଏହି ନମ୍ବରକୁ ଫେକ ଆକାଉଣ୍ଟ , ଇକମର୍ସ ପ୍ଲାଟ ଫର୍ମରେ ଆକାଉଣ୍ଟ ଖୋଲିବା ପାଇଁ ଏହାର ବ୍ୟବହାର କରାଯାଇଥିଲା । ସେପଟେ ଦୁଇ ବର୍ଷ ହେଲା ସେ ଏପରି କରୁଥିବାର ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।