ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲା: ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ପତ୍ନୀ ବର୍ଷା

କଟକ: ଦିନକୁ ଦିନ ବର୍ଷା ଅନୁଭବଙ୍କ ମଧ୍ୟରେ ଥିବା ପାରିବାରିକ ବିବାଦ ମାମଲା ଏବେ ଉଗ୍ର ରୂପ ଧାରଣ କରିଛି | ଅନୁଭବ ଙ୍କ ଗୋଟିଏ ପରେ ଗୋଟିଏ ଭିଡିଓ ଓ ବର୍ଷାଙ୍କ ଏହାକୁ ନେଇ ପ୍ରତିକ୍ରିୟା ଏବେ ସମଗ୍ର ଓଡ଼ିଶାରେ ଚର୍ଚାର ବିଷୟ ପାଲଟିଛି |

ସେପଟେ ଆଜି ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା । ଅପମାନ ଜନକ ପୋଷ୍ଟ ଉପରେ ଅଙ୍କୁଶ ଲଗାଇବା ପାଇଁ ସେ କୋର୍ଟଙ୍କୁ ନିବେଦନ କରିଛନ୍ତି । ମାମଲା ବିଚାରାଧୀନ ଥିବା ବେଳେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ତାଙ୍କ ମର୍ଯ୍ୟାଦା ହାନି କରୁଥିବା ସେ ପିଟିସନରେ ଉଲ୍ଲେଖ କରିଛନ୍ତି ।

ତାଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ ଅପମାନଜନ ପୋଷ୍ଟ ହେଉଥିବା ନେଇ ଅଦାଲତଙ୍କୁ ଅବଗତ କରାଇଛନ୍ତି ବର୍ଷା । ମାମଲାରେ ଅନୁଭବ ଓ ରାଜ୍ୟ ସରକାରଙ୍କ ପକ୍ଷ ଭୁକ୍ତ । ଅଦାଲତରେ ମାମଲା ବିଚାରାଧୀନ ଥିବା ବେଳେ ସୋସିଆଲ ମିଡିଆରେ ବିଭିନ୍ନ କଥା ଚର୍ଚ୍ଚା କରିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ । ଏପରି ସୋସିଆଲ ମିଡିଆ ପୋଷ୍ଟ ଉପରେ କଟକଣା ଜାରି କରାଯିବା ଆବଶ୍ୟକ ବୋଲି ବର୍ଷା ଦର୍ଶାଇଛନ୍ତି । ଆଜି ହାଇକୋର୍ଟ ଅବକାଶକାଳୀନ ଖଣ୍ଡପୀଠରେ ଏହି ମାମଲା ଶୁଣାଣି ପାଇଁ ତାଲିକାଭୁକ୍ତ ହୋଇଛି।

ଅନୁଭବ ନିଜ ବ୍ୟକ୍ତିଗତ ଜୀବନ ସମ୍ପର୍କରେ ଫ୍ୟାନ୍ସଙ୍କୁ ଅବଗତ କରିବା ପାଇଁ ଏବେ ସାମାଜିକ ଗଣମାଧ୍ୟମର ସାହାରା ନେଇଛନ୍ତି । ସେ ଗୋଟିଏ ପରେ ଗୋଟିଏ ଭିଡ଼ିଓ ଜାରି କରି ବର୍ଷାଙ୍କୁ ପ୍ରେମ କରିବା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରେ କଣ ଘଟିଛି ସେ ସମ୍ପର୍କରେ ଖୋଲାଖୋଲି ଭାବରେ ରାଜ୍ୟବାସୀଙ୍କ ସହିତ ସେୟାର କରିଛନ୍ତି ଅନୁଭବ ।

ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ୟୁଟ୍ୟୁବରେ ଅନୁଭବ ନିଜ ଆକାଉଣ୍ଟରେ ଏହି ଭିଡ଼ିଓ ସେୟାର କରୁଛନ୍ତି । ଭିଡିଓକୁ ଆଧାର କରି ବର୍ଷା ପୁରୀଘାଟ ଥାନାରେ ଗୋଟିଏ ପରେ ଗୋଟିଏ ଏତଲା ଦେବା ପରେ ଏବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଅନୁଭବ ବର୍ଷାଙ୍କ ପାରିବାରିକ କଳହ ଏବେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଉଭୟଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଟ୍ବିଟର ୱାର(Twitter War) ଆରମ୍ଭ ହୋଇଛି । ବର୍ଷାଙ୍କ ଅନୁଗତ ଅନୁଭବଙ୍କୁ କଟାକ୍ଷ ଉକ୍ତିରେ ଗାଳିଗୁଲଜ କରୁଥିବା ବେଳେ ଅନୁଭବ ଏଥିରେ ପ୍ରତିକ୍ରିୟା ରଖିଛନ୍ତି । ପତ୍ନୀ ବର୍ଷା ଗାଳିଗୁଲଜ କରିବା ପାଇଁ ଫେକ ଆକାଉଣ୍ଟ ଖୋଲିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅନୁଭବ ।

Related Posts