ଭୁବନେଶ୍ୱର,23/6(ସତ୍ୟପାଠ ବ୍ୟୁରୋ): ମହିଳାମାନଙ୍କ ନାଁରେ ହେଉଥିବା ମିଛ ମାମଲା ସବୁକୁ ରଦ୍ଦ କରାଯିବ । ଏନେଇ ମହିଳା ଓ ଶିଶୁ ବିକାଶ ବିଭାଗର ବଡ଼ ପଦକ୍ଷେପ । ଛୋଟ ଛୋଟ ଘଟଣାରେ ମହିଳାଙ୍କ ଉପରେ ୩୫୪, ୩୭୬ ଭଳି ଦଫା ଲାଗିବା ଠିକ ନୁହେଁ । ଏଭଳି ମିଛ କଥାରେ ସଙ୍ଗିନ ଦଫା ଲାଗୁଥିବାରୁ ଗୃହ ବିଭାଗକୁ ଚିଠି ଲେଖି ଅବଗତ କରାଇଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଏବଂ ମହିଳାଙ୍କ ଉପରେ ଲାଗିଥିବା ସବୁ ମିଛ ମାମଲାକୁ ଖୁବ ଶୀର୍ଘ ରଦ୍ଦ କରାଯିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତି ପରିଡା ।
Related Posts
-
Copyright © SatyaPatha2021