ପାରିବାରିକ କଳହରୁ କରୁଣପରିଣତି; ନିଜେ ବିଷ ପିଇବା ସହ ୧୦ ମାସର ଶିଶୁକୁ ବିଷ ପିଆଇଲା ମା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାରିବାରିକ କଳହରୁ କରୁଣପରିଣତି। ପରିବାରରେ କୌଣସି କାରଣକୁ ନେଇ ଝଗଡ଼ା ହେବାରୁ ରାଗରେ ନିଜେ ବିଷ ପିଇବା ସହ ନିଜର ୧୦ ମାସର ଶିଶୁକୁ ବିଷ ପିଆଇଲା ମା। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର କୁଆଖିଆ ଥାନା ରସୁଣା ସାମନ୍ତରାପୁର ଗାଁରେ।ବିଷ ପିଇବା ନେଇ ଘର ଲୋକ ଜଣିବାପରେ ପ୍ରଥମେ ଉଭୟଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଯାଇଥିଲେ। ହେଲେ ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ସ୍ଥାନାନ୍ତରିତ କରିଛି ଯାଜପୁର ମୁଖ୍ୟ ଚିକିତ୍ସାଳୟ।

Related Posts