ସମ୍ଵଲପୁର ସଦର ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଦେବା ଘଟଣା, ବଦଳିଲେ ସଦର ଥାନା ଅଧିକାରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସମ୍ଵଲପୁର ସଦର ଥାନା ମଧ୍ୟରେ ଜଣେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଦେବା ଘଟଣା। ବଦଳିଲେ ସଦର ଥାନା ଅଧିକାରୀ ଜ୍ୟୋସ୍ନାରାଣୀ ବେହେରା। ତାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ଏହି ଘଟଣାରେ ଅତିରିକ୍ତ ଏସପି ତପନ ମହାନ୍ତି ତଦନ୍ତ କରୁଥିବାବେଳେ ପ୍ରାଥମିକ ପର୍ଯ୍ୟାୟରେ ତାଙ୍କୁ ବଦଳି କରାଯାଇଛି।

ସୂଚନା ଅନୁସାରେ, ସମ୍ଵଲପୁର ସଦର ଥାନାରେ ଜଣେ ନାବାଳକକୁ ମୋବାଇଲ୍ ଚୋରି ଅଭିଯୋଗରେ ୬ ଦିନ ଧରି ଥାର୍ଡ ଡିଗ୍ରୀ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ ଜଣେ ଚଷମା ପିନ୍ଧା ଲେଡି ଅଫିସର ବାଡି ଓ ପାଇପ ସାହାଯ୍ୟରେ ନାବାଳକକୁ ପ୍ରତିଦିନ ମାଡ ମରୁଥିଲେ। ଏନେଇ ସିଡବ୍ଲୁସିର ହସ୍ତକ୍ଷେପ ପରେ ପୋଲିସ ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ଆଜି ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଲେଡି ଅଫିସର ଜ୍ୟୋତ୍ସ୍ନାରାଣୀ ବେହେରାଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।

Related Posts